ରାଇକିଆରେ ଏକ ଅଭାବନୀୟ ଘଟଣା,ମା ସାଜିଲା ପିଚାଶୀ,୨ ଜନ୍ମଜାତ ଛୁଆକୁ କୂଅରେ ପକାଇମାରିଲା।

କନ୍ଧମାଳ:-୧୭/୦୭-କନ୍ଧମାଳ ଜିଲ୍ଲା ରାଇକିଆଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଜଣାପଡ଼ିଛିଯେ ରାଇକିଆ ଖ୍ରୀଷ୍ଟ ସମ୍ପ୍ରଦାୟ ସାହିର ଏମ.ରାଜେଶ ପାତ୍ର ଓ ଏମ.ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କ ପାରିବାରିକ କଳହକାରଣରୁ ଦୁଇଟି ଅମୁଲ୍ୟ ଜୀବନ ଚାଲିଯାଇଛି। ଗତକାଲି କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହଇଥିଲା ଯାହାଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ପାତ୍ର ନିଜ କମଳମତି ଦୁଇଟି ଛୁଆଙ୍କୁ ଧରି ଘରୁ ସନ୍ଧ୍ୟା ସମୟରେ ବାହାରି ଆସିଥିଲେ। ଯାହାଫଳରେ ପୁଅ ଏମ.ଯୁବରାଜ ପାତ୍ର ଯାହାର ବୟସ ୫ବର୍ଷ ଓ ଝିଅ ଏମ ବୈଷ୍ଣନବୀ ପାତ୍ର ଯାହାର ବୟସ ୨ବର୍ଷ ବୋଲି ଜଣାପଡିଛି।ସ୍ବାମୀ ଏମ,ରାଜେଶ ପାତ୍ର ଓ ଅଞ୍ଚଳବାସୀ ମିଳିତ ଉଦ୍ୟମ ରେ ରାତି ୨ ଘଣ୍ଟିକ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସୂଚନା ନ ପାଇ ନିରାଶ ହୋଇ ଘରକୁ ଫେରିଥିଲେ।ଆଜି ସକାଳୁ ଅଗ୍ନିଶମ ବିଭାଗ ବହିନୀ ଅଧିକାରୀ ପି,ଦିଲ୍ଲୀପ ରାୟଙ୍କୁ ସକାଳ ୬,୩୦ ମିନିଟ୍ ସମୟରେ ଦୁର୍ଗାପ୍ରସାଦ ଦାସ ନାମକ ଜଣେ ବ୍ୟକ୍ତି ଫୋନ୍ କରିବାରୁ ଅଗ୍ନିଶମ ବିଭାଗ ବାହିନୀର ସମସ୍ତ କର୍ମଚାରୀ ଗାଡ଼ି ସହ ରାଇକିଆ ଠାରୁ ୨କି,ମି ଅଲିମାହା ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରୁ ୨ ମୃତ ଶିଶୁଙ୍କ ଦେହକୁ ଉଦ୍ଧାର କରି ସ୍ଥାନୀୟ ରାଇକିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସୂଚନା ଥାଉ କି, ଗତକାଲି ସନ୍ଧ୍ୟା ସମୟରେ ଭାଗ୍ୟଲକ୍ଷ୍ମୀ ପାତ୍ର ସାଥିରେ ନେଇଥିବା ୨ ଟି ଶିଶୁଙ୍କୁ ନିଜ ପରିବାର ଲୋକେ ଚିହ୍ନି ପାରିଛନ୍ତି।ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି ଓ ଅତି ଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି।ଏହି ଖବରକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।