ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନବ ନିର୍ମାଣ କୃଷକ ସଙ୍ଗଠନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମାଣ କୃଷକ ସଂଗଠନର ବରିଷ୍ଠ ଉପଦେଷ୍ଟା ବଂଶୀଧର ପଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ବହୁ ଚାଷୀ ସଂଗଠକ ମାନେ ଯୋଗ ଦେଇଥିଲେ । ନବୀନ ସରକାର ସମୟରେ କୁଶାସନ, ଦୁର୍ନୀତି, ଭ୍ରଷ୍ଟାଚାର,ଚାଷୀ ଓ ବେକାରୀଙ୍କୁ ଉପେକ୍ଷା କରିବା ପ୍ରତିବାଦରେ ସଂଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ କରାଯାଇଛି ।ଅପାରଗ ମୁଖ୍ୟମନ୍ତ୍ରୀଙ୍କ କୁଶାସନ ପାପରେ ଆମେ ଜନସାଧରଣ ଭାଗିଦାରୀ ହେତୁ ଆମର ପ୍ରାୟଶ୍ଚିତ କରିବା ଜରୁରୀ ବୋଲି କହିଛନ୍ତି ଚାଷୀ ନେତା ।
ଜଗତସିଂହପୁର ରୁ ରୀତା ସାହୁ