ଆଦର୍ଶ ବିଦ୍ୟାଳୟ ଉଦଘାଟନର ଦୁଇମାସ ପରେ ଅସ୍ଥାୟୀ ଗୃହରେ ପିଲାଙ୍କୁ ଶିକ୍ଷାଦାନ

ଗୋପ : ଓଡିଶା ରେ ଶିକ୍ଷା ବ୍ୟବସ୍ତା ର ଉର୍ନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ର ବ୍ୟୟ ବରାଦ ସତ୍ତ୍ୱେ ଶିକ୍ଷା କ୍ଷେତ୍ରରେ ଆଶାନୁପାତିକ ଉର୍ନ୍ନତିକରଣ ହୋଇପାରିଲା ନାହିଁ l ଠିକ ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ମାନସପୁତ୍ର ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ନାମକ ଏକ ସିବିଏସି ପାଠ୍ୟକ୍ରମ ଆରମ୍ଭ ହୋଇଛି l ଯାହାର ମୁଖ୍ୟ ଉଦେଶ୍ୟ ହେଊଛି ଗ୍ରାମାଞ୍ଚଳମାନଙ୍କରେ ଥିବା ମେଧାବୀ ଛାତ୍ରୀ ଛାତ୍ର ମାନେ ଯେପରି ମାଗଣାରେ ସମସ୍ତ ପାଠ୍ୟ ଉପକରଣ ସହିତ ରହିବା ଖାଇବା ପିନ୍ଧିବା ପାଇଁ ବ୍ୟବସ୍ତା କରିଛନ୍ତି l କାହିଁକିନା ଯେପରି ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ର ପିଲାଙ୍କଠାରୁ କୌଣସି କ୍ଷେତ୍ରରେ କମ ହେବେ ନାହିଁ l ତାଙ୍କ ଭଳି ସ୍ମାର୍ଟ ହୋଇ ପାଠ ପଡିବା ସହିତ ବ୍ଲକ ସ୍ତରୀୟ ଠାରୁ ରାଜ୍ୟ ସ୍ତରୀୟ ରେ ହେଉଥିବା ବିଭିର୍ଣ୍ଣ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ରେ ସମକକ୍ଷ ହୋଇପାରିବେ l ସେଥିପାଇଁ ପ୍ରତି ବ୍ଲକ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସ୍ଥାପନ ହେଊଛି ସତ କିନ୍ତୁ ଅଧିକାଂଶ ବିଦ୍ୟାଳୟ ରେ ଆବଶ୍ୟକୀୟ ଭିତିଭୂମି ଅଭାବ ହେତୁ ଇଂରାଜୀ ମିଡିୟମ ପିଲାଙ୍କ ସମକକ୍ଷ ହେବାରୁ ବଞ୍ଚିତ ହେଉଛନ୍ତି l ତା ‘ର ଜଳାନ୍ତକ ଉଦାହରଣ ଟି ହେଊଛି ଗୋପ ବ୍ଲକ ପାଇଁ ଉଦିଷ୍ଟ ଓଡିଶା ଆଦର୍ଶ ବିଦ୍ୟାଳୟ ଟି ନିର୍ମାଣ ର ଅବଧି ସରିବା ଦୁଇବର୍ଷ ବିତିଜସିଥିଲେ ମଧ୍ୟ ଆଜି ବି କାର୍ଯ୍ୟକ୍ଷମ ହୋଇପାରିଲାନାହିଁ l ଯାହାଫଳରେ ଗୋପ ବାଳିକା ସ୍କୁଲ ରେ ଏକ ବର୍ଷରୁ ଉର୍ଦ୍ଧ ସମୟ ହେଵ ଅସ୍ଥାୟୀ ଭାବେ ପାଠ ପଡ଼ାହେଉଛି l ପ୍ରଥମ ବର୍ଷ ଟି ମୁଖ୍ୟତଃ ଇଂରାଜୀ, ଗଣିତ, ବିଜ୍ଞାନ ଆଦି ମୁଖ୍ୟ ବିଷୟରେ ଶିକ୍ଷକ ଙ୍କ ଅନୁପସ୍ଥିତରେ ଶିକ୍ଷାଦାନ ହୋଇଥିଲା l ବର୍ତମାନ ସପ୍ତମ ଶ୍ରେଣୀ ରେ ଅଧୟନରତ ଛାତ୍ରୀ ଛାତ୍ରମାନେ ଅସ୍ଥାୟୀ ଶ୍ରେଣୀ ଗୃହରେ ତଳେ ବସି ପାଠ ପଡୁଛନ୍ତି l ଗତ ୨୫ /୦୬ / ୨୦୨୩ତାରିଖ ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିସି ଜରିଆରେ ଗୋପ ଆଦର୍ଶ ବିଦ୍ୟାଳୟ କୁ ଉଦ୍ଘାଟନ କରିଥିଲେ l ଠିକ ସେହିଦିନ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ବିଧାୟକ ସମୀର ରଞ୍ଜନ ଦାଶ ଓ କିଛି ଦଳୀୟ କର୍ମୀ ଙ୍କ ଦ୍ଵାରା ଗୋପ ର ତରଙ୍ଗିରା ଠାରେ ଅର୍ଦ୍ଧ ନିର୍ମାଣଧୀନ ଓଡିଶା ଆଦର୍ଶ ବିଦ୍ୟାଳୟ କୁ ତରବରିଆ ଭାବେ ନଡ଼ିଆ ବାଡେଇ ଉଦ୍ଘାଟନ କରିଥିଲେ l କିନ୍ତୁ ବର୍ତମାନ ସୁଧା ଉକ୍ତ ବିଦ୍ୟାଳୟ ଟି ରେ ଆବଶ୍ୟକୀୟ ବ୍ୟବସ୍ତା ସମ୍ପୂର୍ଣ ହୋଇପାରିଲା ନାହିଁ l ଯଥା ବିଦ୍ୟାଳୟ ର ଚତୃରପାର୍ଶ୍ୱ ରେ ପାଚେରୀ ନାହିଁ କୀ ହଷ୍ଟେଲ ନାହିଁ କୀ ପାନୀୟ ଜଳ ର ବ୍ୟବସ୍ତା ନାହିଁ କୀ ଯାତାୟାତ ର ସୁବିଧା ନାହିଁ କୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଶ୍ରେଣୀ ଗୃହରେ ଚେୟାର ଟେବୁଲ କୀ ଲାବୋ୍ଟୋରୀ ର ବ୍ୟବସ୍ତା ନାହିଁ କୀ ଖେଳ ପଡିଆ ନାହିଁ l ଅସ୍ଥାୟୀ ଭାବେ ଦାୟିତ୍ୱ ରେ ପ୍ରିନସିପାଲ ଙ୍କ ଅପାରଗତା ଯୋଗୁ ଅଧୟନରତ ଛାତ୍ର ଛାତ୍ରୀମାନେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ବୋଲି ଅବିଭାବକ ଙ୍କ ତରଫରୁ ଅଭିଯୋଗ ହେଊଛି l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଊଛି ଆଜି ବି ଅସ୍ଥାୟୀ ଭାବେ ଗୋପ ବାଳିକା ବିଦ୍ୟାଳୟ ରେ ପାଠ ପଡୁଛନ୍ତି l ବିଗତ ଦୁଇ ବର୍ଷ ହେଵ ଗୋପ ଆଦର୍ଶ ବିଦ୍ୟାଳୟ ରୁ କୌଣସି ପ୍ରତିଯୋଗୀତା ରେ ପିଲାମାନେ ଭାଗ ନେଇପାରୁନାହାନ୍ତି ତାହା କ୍ରୀଡା କ୍ଷେତ୍ର ହେଉଁ କିମ୍ବା ଅନ୍ୟାନ୍ୟ ପ୍ରତିଯୋଗୀତା ହେଉଁ ସମସ୍ତ ବିଭାଗ ରୁ ବଞ୍ଚିତ ହେଉଛନ୍ତି l ସେଥିପାଇଁ ଅବିଭାବକ ଙ୍କ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି l ପିଟିଏ ମିଟିଙ୍ଗ ମଧ୍ୟ ହେଉନି କୀ ସ୍କୁଲ ଓ ପିଲାଙ୍କ ସମସ୍ୟା ସମ୍ପର୍କ ଅବିଭାବକ ଙ୍କ ସହିତ କୌଣସି ଆଲୋଚନା କରୁନାହାନ୍ତି ପ୍ରିନସିପାଲ l ଏଣୁ ପିଲାମାନଙ୍କ ଭବିଷ୍ୟତ ଦୁଷ୍ଟିକୋଣରୁ ତୁରନ୍ତ ସମସ୍ତ ସମସ୍ୟା ପ୍ରତି ଓଡିଶା ଆଦର୍ଶ ବିଦ୍ୟାଳୟ (ସଂଗଠନ) ର ମୁଖ୍ୟ ଓ ଶିକ୍ଷା ମନ୍ତ୍ରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦୁଷ୍ଟି ଦେବାକୁ ଅବିଭାବକ ଙ୍କ ତରଫରୁ ଦାବୀ ହେଊଛି l

ଗୋପ ରୁ ହରେକୃଷ୍ଣ ମହାନ୍ତି ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *