ଉତ୍କଳ ଖଡୁରା ସମାଜର ନୂତନ କାର୍ଯ୍ୟକର୍ତ୍ତା ଚୟନ

ସୋରଡା: ସୋରଡ଼ା ବ୍ଲକ୍ ଅନ୍ତର୍ଗତ ପଞ୍ଚାନନ ମନ୍ଦିର ପ୍ରାଙ୍ଗଣ ଠାରେ ଉତ୍କଳ ଖଡ଼ୁରା ସମାଜ, ସୋରଡା ଶାଖା ତରଫରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ସୋରଡା ସମେତ ବଡଗଡ, ଅ ଅସୁରବନ୍ଧ, ନୂଆଁଗଡ଼ ଅଞ୍ଚଳର ପ୍ରାୟ ୫୦ ଜଣ ସଦସ୍ୟ ଯୋଗଦେଇଥିଲେ l ସର୍ବସମ୍ମତି କ୍ରମେ ଏକ କମିଟି ଗଠନ କରାଯାଇ ସଦସ୍ୟତା ଗ୍ରହଣ କରିଥିବା ଖଡୁରା ପରିବାରର ଆବଶ୍ୟକତା ଅନୁସାରେ ସହଯୋଗ ପାଇଁ ନିଷ୍ପତ୍ତି ନିଆଗଲା l ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଗଲା ସେମାନଙ୍କ ମଧ୍ୟରୁ ସଭାପତି ରୂପେ ନୀଳକଣ୍ଠ ସେନାପତି, ଉପସଭାପତି ଟୁନା ନାୟକ, ସମ୍ପାଦକ କପିଳେନ୍ଦ୍ର ସେନାପତି, ସହ – ସମ୍ପାଦକ ଯୋଗେନ୍ଦ୍ର ନାୟକ, କୋଷାଧ୍ୟକ୍ଷ କୃଷ୍ଣ ନାୟକଙ୍କୁ ଚୟନ କରାଯିବା ସହ ସେମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଆଗାମୀ ଦିନରେ ସଂଘର ଉତ୍ତରୋତ୍ତର ଉନ୍ନତି ପାଇଁ ନିଷ୍ଟା ର ସହ ଯଥେଷ୍ଟ ଗୁରୁତ୍ବ ଦିଆଯିବ ବୋଲି ସଭାପତି ନୀଳକଣ୍ଠ ସେନାପତି ବକ୍ତବ୍ୟ ଦେବାସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଶେଷରେ ନୂତନ ଭାବେ ଚୟନ ହୋଇଥିବା ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ ହୋଇଥିଲା l

Leave a Reply

Your email address will not be published. Required fields are marked *