ପାଣିକୋଇଲି ଅଂଚଳରେ ଚଢ଼ାଉ,15 କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନା ନିର୍ଦ୍ଧେଶ କ୍ରମେ ଅବକାରୀ ମୋବାଇଲ ସ୍କୋର୍ଡ ଇନସିପେକ୍ଟର ସମୀର କୁମାର ମହାନ୍ତି ପାଣିକୋଇଲି ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ରାସ୍ତା କଡରେ ଜଣେ ବ୍ୟକ୍ତି ବସ୍ତାରେ ଗଞ୍ଜେଇ ରଖିଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ମୂଷିଦାବାଦ ଅଂଚଳର କିବିରିଆ ମଣ୍ଡଳ ବୋଲି ଜଣାପଡିଛି l ଆଜି ଏହି ଅଭିଯୁକ୍ତଙ୍କର କୋଭିଡ ଟେଷ୍ଟ ପରେ କେଶ ନମ୍ବର 97/23-24ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ତେବେ ଏହି ଅଭିଯୁକ୍ତଙ୍କ ନିକଟରୁ 15 କେଜି ଗଞ୍ଜେଇ ଜବତ ହେଇଥିବା ସୂଚନା ମିଳିଛି l ଏହି ଚଢ଼ାଉରେ ଜିଲ୍ଲା ମୋବାଇଲ ସ୍କୋର୍ଡ ସବ ଇନସିପେକ୍ଟର ବିଭୂ ପ୍ରସାଦ ସାହୁ,ଏସ ଆଇ କ୍ଷୀରୋଦ କୁମାର ସାହୁ ଓ କର୍ମଚାରୀ ସତ୍ୟବାଦୀ ଭୋଇ, ମାଳତୀ ମାଝୀ ଓ ବିକ୍ରମ ବେହେରା ସାମିଲ ଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର