ହଙ୍ଗାମା କରିଛନ୍ତି ଛାତ୍ର ଓ ଛାତ୍ରୀ

– କଲେଜ ର ଛାତ୍ରୀ ଙ୍କୁ ବାହାର ପିଲା କମେଣ୍ଟ ମାରିବା ତଥା କଲେଜ ର ସରକାରୀ ଅନୁଦାନ କୁ ଖର୍ଚ୍ଚ ନକରି ହଡପ କରିବାକୁ ବିରୋଧ କରି ହଙ୍ଗାମା କରିଛନ୍ତି ଛାତ୍ର ଓ ଛାତ୍ରୀ ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଚରମ୍ପା ମହାବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ଉନ୍ନତି ମୂଳକ କାର୍ଯ୍ୟ ହେଉନଥିବା ବେଳେ ଛାତ୍ର ଛାତ୍ରୀ ମାନେ ଅସନ୍ତୋଷ ଜାହିର କରିବା ସହ ମହାବିଦ୍ୟାଳୟ ର ଅଧକ୍ଷ ଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା |ସରକାରଙ୍କ ତରଫରୁ ଆସିଥିବା ସରକାରୀ ଅନୁଦାନ କୁ ଖର୍ଚ କରାନଯାଇ ହଡପ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ |ସବୁ ଠାରୁ ବଡ଼ କଥା ହେଉଛି ମହାବିଦ୍ୟାଳୟ ରେ କମେଣ୍ଟ ମରା କୁ ନେଇ ଗତକାଲି ବାହାର ଯୁବକ ଆସି କଲେଜ ର ଛାତ୍ର ଙ୍କୁ ଲହୁ ଲୁହାଣ କରିଥିବା ବେଳେ ଅଧକ୍ଷ କିଛି ବୁଝୁନାହାନ୍ତି ଏବଂ ଗତକାଲି ଠାରୁ ଅଧକ୍ଷ ଏଯାଏଁ କଲେଜ କୁ ଆସିନାହାନ୍ତି ବୋଲି ଆଜି ଉତ୍ୟକ୍ତ ଛାତ୍ର ଛାତ୍ରୀ ଚରମ୍ପା କଲେଜ ସାମ୍ନା ରାସ୍ତା ତଥା ଚରମ୍ପା ଶାବରଙ୍ଗ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିବା ସହ ଯଦି ଅଧକ୍ଷ ଆସି ଆମ କଥା ନ ବୁଝନ୍ତି ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବା ନେଇ ଚେତାବନୀ ଦେଇଛନ୍ତି |ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟି ଥିବାର ଦେଖାଯାଇଛି ।