ସିନାପାଲି ରେ ନୂତନ ଥାନାଭାରପ୍ରାପ୍ତଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ନୂଆପଡା ଜିଲ୍ଲା ସିନାପାଲି ଥାନା ରେ ନୂତନ ଥାନାଭାରପ୍ରାପ୍ତଅଧିକାରୀ ଭାବରେ ରଶ୍ମିତା ପ୍ରଧାନ ଯୋଗଦାନ କରିଛନ୍ତି। ସିନାପାଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଙ୍କ ବଦଳି ପରେ ଏହି ପଦବୀ ରେ ଯୋଗଦାନ କରିଛନ୍ତି। ସିନାପାଲି ବ୍ଲକ ଛତିଶଗଡ଼ ସୀମାରେ ରହିଥିବା ବେଳେ ଏଠାରେ ପେଟ୍ରୋଲିଂ କଡ଼ା କଡି କରାଯିବା ସହ ଶାନ୍ତି ବଜାୟ ରଖିବା ସହ ସମନ୍ୱୟ ରକ୍ଷା କରି ଜନସାଧାରଣ ଙ୍କ ଅଭିଯୋଗ କୁ ଗୁରୁତ୍ବ ଦେଇ ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟ କରାଯିବା ସହିତ ସିନାପାଲି ଥାନାକୁ ଏକ ଆଦର୍ଶ ଥାନାରେ ପରିଗଣିତ କରିବା ପାଇଁ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।ଯୋଗଦାନ ପରେ ଯୁବ ସାମ୍ୱାଦିକ ମାନେ ସ୍ଵାଗତ ଜଣାଇବା ସହ ଅଞ୍ଚଳ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିରେ ବରିଷ୍ଠ ସାମ୍ୱାଦିକ ଜଗନ୍ନାଥ ସାଗର ,କାର୍ତ୍ତିକ ମହାନନ୍ଦ ଦିନେଶ ଛତ୍ରିଆ, ଝଙ୍କେଶ୍ଵର ବନ୍ଦିଛୋର,ଧର୍ମେନ୍ଦ୍ର କୁମାର ଗହିର, ପରମେଶ୍ବର ମେହେର, ମୂଜାଫର ଖାନ, ଉପସ୍ଥିତ ରହିଥିଲେ।

ନୂଆପଡ଼ା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *