ଟ୍ରାକ୍ଟର ଓଲଟି ଡ଼୍ରାଇଭର ମୃତ
କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ପଞ୍ଚାୟତ ବେଡାଗୁବା ଗ୍ରାମରେ ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଲରେ ଟ୍ରାକ୍ଟର ସାହାଯ୍ୟ ରେ ଚାଷ କରୁଥିବାବେଳେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ ଘଟିଅଛି । ସୂଚନା ଅନୁଯାୟୀ ସକାଳୁ ସକାଳୁ ବେଡାଗୁବା ଗ୍ରାମର ଅଟଳ ଦିଗାଳ( ବୟସ 29) ନାମକ ବ୍ୟକ୍ତି ଜଣକ ଟ୍ରାକ୍ଟର ସାହାଯ୍ୟ ରେ ବିଲରେ ଚାଷ କରୁଥିବା ବେଳେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବ ଫଳ ରେ ଘଟଣାସ୍ଥଳରେ ଚାଳକ ଙ୍କ ମୃତ୍ୟୁ ଘଟିଛି। ବିଲରେ ଟ୍ରାକ୍ଟର ଏବଂ ଚାଳକର ମୃତ ଦେହ ପଡ଼ି ରହିଥିବା ବେଳେ ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ଘଟଣାସ୍ଥଳରେ ରାଇକିଆ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।
ରିପୋର୍ଟ : ନୃସିଂହ ଚରଣ ଦାଶ