୩୦୦ ଲିଟର ଦେଶୀ ମଦ ସହିତ ଦୁଇଟି ବାଇକ ଜବତ : ୨ ଗିରଫ ।

ଭଦ୍ରକ:୧୮/୭- ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ଛକ ନିକଟରେ ଚଢାଉ କରାଯାଇ ଦୁଇଗୋଟି ହିରୋହୋଣ୍ଡା ପେସନ ପ୍ରୋ ମୋଟର ସାଇକେଲରୁ (ଓଡି-୦୨ସି-୬୫୨୫,ଓଆର-୦୪ଜେ-୮୦୯୦) ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ନିରଞ୍ଜନ ଶାହା ଓ ନୀତିଶ କୁମାରଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।