ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ଦୃତ ଗତି ଆଣିଲା ବିପତି ହେଲମେଟ ବ୍ୟବହାର ନକରିବା ହେଲା କାଳକୋଣାର୍କ,୧୨.୦୮- କୋଣାର୍କ କାକଟପୁର ରାସ୍ତାର ବାଲିଦୋକାନ ବଜାର କଳଘର ବୁଲାଣୀ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିକଟ ଅବଦାନ ପଞ୍ଚାୟତ ଯଦୁପୁର ଗ୍ରାମର ନାରାୟଣ ମୁଦୁଲିଙ୍କ ବଡ଼ ପୁଅ ରଞ୍ଜନ କୁମାର ମୁଦୁଲି(୩୫) ବୋଲି ସୁଚନା ମିଳିଛି। ଖବର ଅନୁଯାୟୀ ଯୁବକ ଜଣଙ୍କ ବଙ୍ଗୁରିଗାଁରୁ ମେଡିସିନ ଧରି ବାଲିଦୋକାନ ପଟକୁ ନିଜ ବାଇକରେ ଆସୁଥିବା ବେଳେ କଳଘର ବୁଲାଣିି ନିକଟରେ ହଠାତ୍ ସମ୍ମୁଖ ଦିଗରୁ ଆସୁଥିବା ଏକ ୧୦୭ ଡାଲା ଗାଡ଼ି ସହ ଭାରସାମ୍ୟ ହରାଇ ମୁହାମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଯୁବକ ଜଣଙ୍କ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ମୁତ୍ୟୁ ବରଣ କରିଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ବାଙ୍ଗୁରୀ ଗାଁ ମେଡ଼ିକାଲରେ ଭର୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୟାନକ ମର୍ମଦୂନ୍ତ ଦୁର୍ଘଟଣାରେ ବାଇକ୍ ଭାଙ୍ଗି ଯିବା ସହିତ ଅକାଳରେ ଯୁବକଙ୍କ ଜୀବନ ଚାଲି ଯାଇଥିଲା। ଯୁବକ ଜଣଙ୍କ ଦୃତ ଗତିରେ ଗାଡି ଚାଳନା ଓ ହେଲମେଟ ବ୍ୟବହାର ନକରିବା ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରୁ ଡାଲା ଗାଡ଼ି ଫେରାର ହେବା ପରେ ଲୋକେ ଖବର ପାଇ ଇନ୍ଦିରା ବଜାର ନିକଟରେ ଅଟକ ରଖିଥିଲେ। ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିବା ସହିତ ମୃତ ଯୁବକଙ୍କ ପିତାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିଛି। ଯୁବକଙ୍କ ଅକାଳ ବିୟୋଗରେ ବାଲିଦୋକାନ ଓ ଅବଦାନ ପଞ୍ଚାୟତ ଅଞ୍ଚଳରେ ଗଭୀର ଶୋକର ଛାୟା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ପରିବାରକୁ ସଡ଼କ ପରିବହନ ନିୟମ ଅନୁଯାୟୀ ତୁରନ୍ତ ସହାୟତା ପ୍ରଦାନ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *