ଦଶ ହଜାର ଜାତୀୟ ପତାକା ତିଆରି କରି ଚର୍ଚ୍ଚା ରେ ଗୋରୀ ଦେବୀ producer ଗ୍ରୁପ

ଆଉ ଦିନ କେତେଟା ପରେ ଅଗଷ୍ଟ 15 ବା ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଦେଶର ଗର୍ବ ଓ ଗୌରବ ର ପ୍ରତୀକ । ଭାରତବାସୀ ବହୁ ଲୁହଲହୁ ବିନିମୟରେ ପରାଧୀନତାର ଫାଶରୁ ମୁକ୍ତ ହେଲେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ । ପ୍ରତିବର୍ଷ ଆଗଷ୍ଟ ୧୫ ତାରିଖ ସାରା ଦେଶରେ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇ ଆସୁଛି । ଏହା ଭାରତବର୍ଷର ପ୍ରଧାନ ଜାତୀୟ ଉତ୍ସବ । ଏହି ସ୍ମୃତିକୁ ମନେ ରଖିବା ପାଇଁ ସାରା ଦେଶ ତିରଙ୍ଗା ପତାକା ଉଡାଇ ଏହି ଦିନକୁ ଧୁମଧାମରେ ପାଳନ କରି ଆସୁଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପତାକା ତିଆରି କରିବାକୁ ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହାକୁ ନେଇ ବେଶ ଉତ୍ସାହର ସହିତ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଗୌରୀଦେବୀ SHG ର ମହିଳା 10 ହଜାର ଜାତୀୟ ପତାକା ତିଆରି କରି ଜିଲ୍ଲାରେ ଚର୍ଚ୍ଚା ରେ ରହିଛନ୍ତି ।
ବିରିଡି ବ୍ଲକର ଏହି ଗୌରିଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ରେ ପ୍ରାୟ 100 ଜଣ ମହିଳା ଏହି ଜାତୀୟ ପତାକା ତିଆରି କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି । ଚଳିତ ବର୍ଷ ମିଶନ ଶକ୍ତି ପକ୍ଷରୁ 10 ହଜାର ଜାତୀୟ ପତାକା ତିଆରି କରିବା ପାଇଁ ଅଡ଼ର୍ର ଦିଆଯାଇଛି । ତେବେ ଏହି ଜାତୀୟ ପତାକା ତିଆରି କରୁଥିବା ମହିଳା ମାନେ ନିଜର ଆତ୍ମସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଦେଶ ପ୍ରେମ ଭାବନାରେ ଉଦବୁଦ୍ଧ ହେଉ ଥିବାର ମତ ପ୍ରକାଶ କରିଛନ୍ତି । ତେବେ ମିଶନ ଶକ୍ତି ଦ୍ୱାରା ଅନୁଗ୍ରହିତ ହୋଇ ଜାତୀୟ ପତାକା ତିଆରି କରିବା ସହିତ ସ୍କୁଲ ୟୁନିଫର୍ମ, ଅଙ୍ଗନବାଡି ଡ୍ରେସ ଇତ୍ୟାଦି ତିଆରି କରି ଗୌରିଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱାବଲମ୍ବୀ ହୋଇ ପାରି ପାରିଛନ୍ତି ।
ତେବେ କେବଳ ଯେ, ବିରିଡି ବ୍ଳକ ଗୌରିଦେବୀ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଏକା ନୁହଁନ୍ତି ବରଂ ଜିଲ୍ଲା ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମିଶନ ଶକ୍ତି ଦ୍ୱାରା ଘରର ଚାରି କାନ୍ଥ ଭିତରେ ଆବଦ୍ଧ ନ ରହି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ