ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ୩ଦଫା ଦାବୀପତ୍ର ପ୍ରଦାନ

ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଜିଲ୍ଲା ସଭାପତି ହିମାଂଶୁ ଶେଖର ସାମଲ ଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଶିକ୍ଷକସଂଘ ପକ୍ଷରୁ ୩ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା, ଜିଲ୍ଲା ଶାଖାର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ସଂଗଠନର ପ୍ରତିନିଧି ମାନେ ଏକତ୍ରିତ ହୋଇ ନିଜର ନାର୍ଯ୍ୟ ଦାବୀ ହାସଲ ପର୍ଯ୍ୟନ୍ତ ଆସନ୍ତା ୧୬ରୁ ସମୂହ ଛୁଟିରେ ଯିବେ ବୋଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଠିକା ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲେ ବି ପ୍ରାଥମିକ ଶିକ୍ଷକମାନଙ୍କୁ ସେଥିରୁ ବଞ୍ଚିତ କରାଯାଉଛି l ସରକାର ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ଯୋଗ୍ୟତାକୁ ମାଟ୍ରିକ୍ ସିଟିରୁ +2ସିଟି କୁ ବୁଦ୍ଧି କରିଛନ୍ତି l କିନ୍ତୁ ଯୋଗ୍ୟତା ଆଧାର ରେ ପ୍ରାରିଶ୍ରମିକ ବୃଦ୍ଧି ହୋଇନାହିଁ l ମହାସଂଘ କେନ୍ଦ୍ରୀୟ ହାର ରେ ଦରମା 4200, ଗ୍ରେଡ଼ ପେ ଦାବୀକରି ଆସୁଥିଲେ ମଧ୍ୟ ସରକାର ସେଥିପ୍ରତି ଯତ୍ନଶୀଳ ନୁହନ୍ତି ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଗରେ ଶିକ୍ଷକ ସଂଘ ଗର୍ଜିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ୩ ଦଫା ଦାବୀ ଗୁଡ଼ିକ ମଧ୍ୟରୁ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋଶନାଲ ଇନକ୍ରିମେଣ୍ଟ ପ୍ରଦାନ, ଏକ୍ସ -କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ମାନ୍ୟତା ପ୍ରଦାନ କରାଯାଉ l କେନ୍ଦ୍ରୀୟ ହାର ରେ ବେତନ ମୂଳ ବେତନ ଲେଭେଲ- ୯ଗ୍ରେଡ଼ ପେ 4200 ପ୍ରଦାନ କରାଯାଉ l ନୂତନ ପେନସନ ପ୍ରଥା ଉଛେଦ କରି ପୂରୁଣା ପେସନ ବ୍ୟବସ୍ଥାର ପୁନଃପ୍ରଚଳନ କରାଯାଉ l ଏହି ୩ ଦଫା ଦାବୀ ସମାଧାନ କରାନଗଲେ ଆସନ୍ତା ୧୬ ରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଓଡିଶା ଡାକରାରେ ସମସ୍ତ ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟି ରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହେବାକୁ ବାଧ୍ୟ ବୋଲି ମହାସଂଘର ରାଜ୍ୟ ଉପସଭାପତି ନରେନ୍ଦ୍ର ମହାରଣା, ଜିଲ୍ଲା ସଂପାଦକ ସୁଧୀର କୁମାର ବିଶ୍ୱାଳ, ଶିକ୍ଷକ ନେତା ମାନସ ବାରିକ, ନରେଶ ଚନ୍ଦ୍ର ସାହୁ,ବିଜୟ କୁମାର ମହାନ୍ତି, ଶରତ କୁମାର ମଲ୍ଲିକ, ଶାଶୁଲଭୁଷଣ ସ୍ୱାଇଁ, ପ୍ରତ୍ୟୁଷ କୁମାର ମହାରଣା,ପ୍ରମୁଖ ବିକ୍ଷୋଭ ରେ ସାମିଲ ଥିଲେ l ମହାସଂଘର ଜିଲ୍ଲା ଉପଦେଷ୍ଟା ବନମାଳୀ ମହାରଣା,ପଞ୍ଚାନନ ପୃଷ୍ଟି,ସମସ୍ତ ଶିକ୍ଷକ ମାନଙ୍କୁ ଆନ୍ଦୋଳନ ରେ ସାମିଲ ହେବାକୁ ଆହ୍ନାନ ଦେଇଥିଲେ l

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *