77 ତମ ସ୍ୱାଧୀନତା ଦିବସ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପାଳିତ.

ଦେଶର 77 ତମ ସ୍ୱାଧୀନତା ଦିବସ ସକାଳ ସାତ ଘଟିକା ସମୟରେ ଉଦଯାପିତ ହୋଇଯାଇଅଛି । ଆଜିର ଏହି ପବିତ୍ର ଦିନଟିକୁ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଜୟଚନ୍ଦ୍ର ପତି ଏବଂ ସସ୍ମିତା ପତିଙ୍କ ପୌରାହିତରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟା ନୟନା ସାହୁଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ତାହା ପରେ ପରେ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୀୟସଙ୍ଗୀତ ଗାନ କରାଯିବା ସହିତ ଦେଶପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କର ଜୟ ଜୟ କାର ଗାନ କରାଯାଇଥିଲା ତାହା ପରେ ପରେ ଏକ ସୁସଜ୍ଜିତ ବେଶ ବିବେକାନନ୍ଦ ବେଶ ଭାରତମାତା ବେଶ ଏବଂ ମହାତ୍ମାଗାନ୍ଧୀ ବେଶରେ ବିଦ୍ୟାଳୟ ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରି ନନ୍ଦପୁର ବଜାର ପରୀକ୍ରମା କରି ଗ୍ରାମ ଭିତରକୁ ବୁଲିବାକୁ ଯାଇଥିଲେ, ଛୋଟ ଛୋଟ ପିଲାମାନେ ଅତି ଆନନ୍ଦ ଉତ୍କଣ୍ଠାର ସହିତ ଜୟ ଜୟ କାର ସ୍ଲୋଗାନରେ ଭାରତମାତାର ଗୁଣ ଗାନ କରିଥିଲେ, ତତ ପରେ ପରେ ବିଦ୍ୟାଳୟ ଶ୍ରେଣୀ ଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା, ଏହି ସଭାରେ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶପାଇଁ ବଳିଦାନ ଦେଇଥିବା ବୀରପୁରୁଷମାନଙ୍କ ଉପରେ ବହୁ ଗୁରୁତ୍ୱପୂର୍ଣ ଅଭିଭାଷଣ ରଖା ଯାଇଥିଲା, ଆଜିର ଏହି ପବିତ୍ର ଦିବସଟିକୁ ଶିକ୍ଷାକେନ୍ଦ୍ରରେ ଗୁରୁଜୀ ରଞ୍ଜନ ଶୁକ୍ଳ, ଗୁରୁଜୀ ପ୍ରଫୁଲ୍ଲ ରାଉତ(ଦୁଃଖ ସାର), ଗୁରୁମା ସରସ୍ବତୀ ବାରିକ, ଗୁରୁମା ସୁମିତ୍ରା ଚାନ୍ଦ, ପିଅନ ତାପସ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ..

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ,

Leave a Reply

Your email address will not be published. Required fields are marked *