୭୭ତମ ସ୍ଵାଧିନତା ଦିବସ ପାଳିତ

ଆସିକା:-୭୭ତମ ସ୍ଵାଧୀନତା ଦିବସ ପାଳନ ରେ ଦେଶପ୍ରେମ ଭାବନା କୁ ଉଜ୍ଜୀବିତ କରିବାପାଇଁ ଜାତୀୟ ସେବା ଯୋଜନା ର ଏକ ଅଭିନବ ପ୍ରୟାସ କୁ ସାକାର କରିବା ପାଇଁ ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖା ରେ “ପେନସନ ଉପଭୋକ୍ତା”ଙ୍କ ସାମୁହିକ ସୁବିଧା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଶାଖା ପ୍ରବନ୍ଧକ ଶ୍ରୀ ବୈକୁଣ୍ଠ ମାହାନ୍ତି ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇ ପାରିଥିଲା। ଉକ୍ତ ବୈଠକର ଉପ ଶାଖା ପ୍ରବନ୍ଧକ ଶ୍ରୀ ସିତାରକାନ୍ତ ବେହେରା ନେତୃତ୍ବ ନେଇଥିଲେ। ବୈଠକର ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ଶାଖା ପ୍ରବନ୍ଧିକା ଶ୍ରୀ ମତୀ ଜ୍ୟୋତ୍ସ୍ନା ରାଣୀ ମହାରଣା ଯୋଗଦେଇ ପେନସନ ଉପଭୋକ୍ତା ଙ୍କ ସହିତ ବିଚାର ବିମର୍ଶ କରିବା ପରେ ଶାଖା ପ୍ରବନ୍ଧକ,ଉପଶାଖା ପ୍ରବନ୍ଧକ ଓ କର୍ମଚାରୀଙ୍କ ସହିତ ଆଲୋଚନା କରି ପେନସନ ଉପଭୋକ୍ତା ଙ୍କ ସୁବିଧା ନିମନ୍ତେ ଏକ ସ୍ବତନ୍ତ୍ର କାଉଣ୍ଟର ଖୋଲିବାକୁ କହିଲେ।ପେନସନ ଉପଭୋକ୍ତା ଙ୍କ ସୁବିଧା ନିମନ୍ତେ ପେନସନ ସଞ୍ଚାଳକ ଶ୍ରୀ ଚନ୍ଦ୍ରମଣି ପ୍ରଧାନ ଙ୍କ ତତ୍ବାବଧାନରେ ଏକ ୱ।ଟସଫ ଗୃପ କରି ଉପଭୋକ୍ତା ସେହି ଗୃପ ରେ ସମାସ୍ୟା ଲେଖା ଜଣାଇବେ। ଶ୍ରୀ ପ୍ରଧାନ ବାବୁ ସମାସ୍ୟା ର ସମାଧାନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଶାଖା ମୁଦ୍ରା ପରିଚାଳକ ଶ୍ରୀ ରାଜକିଶୋର ନାୟକ ସମସ୍ତ ପେନସନ ଉପଭୋକ୍ତା ଙ୍କ ସୁବିଧା ନିମନ୍ତେ ଆସନ୍ତା କାଲି ଠାରୁ ଉକ୍ତ କାଉଣ୍ଟର ଖୋଲିବାକୁ ନିଷ୍ପତି ନେଇ ଥିଲେ। ବର୍ଷା ଋତୁ ର ଆଗମନ କୁ ଦୃଷ୍ଟିରେ ରଖି ଆଞ୍ଚଳିକ ଶାଖା ପ୍ରବନ୍ଧିକା ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ମହାରଣା ବୈଠକ ର ସମସ୍ତ ସଦସ୍ୟବୃନ୍ଦ ଙ୍କୁ ଛତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଶ୍ରୀ ଚନ୍ଦ୍ରମଣି ପ୍ରଧାନ ଓ ରାଜ କିଶୋର ନାଏକ ବୈଠକର ଉପସ୍ଥିତ ସମସ୍ତ ସଦସ୍ୟବୃନ୍ଦ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରି୍ପୋର୍ଟ – ରଞ୍ଜନ କୁମାର ରାଉତ