୭୭ ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ପୁର୍ବତଟ ରେଳ ମଣ୍ଡଳ ଖୋର୍ଦ୍ଧା ରୋଡ

ପୁର୍ବତଟ ରେଳମଣ୍ଡଳରେ ୭୭ ତମ ସ୍ୱାଧୀନତା ଦିବସ ମହାସମାରୋହରେ ଆୟୋଜନ କରାଯାଇଥିଲା, ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ସ୍ଥାନୀୟ ରେଳଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଖୋର୍ଦ୍ଧାରୋଡ ମଣ୍ଡଳ ପ୍ରବନ୍ଧକ ଶ୍ରୀ ହରବିନ୍ଦର ସିଂ ବାଜ୍ୱା। ପୁର୍ବ ନିର୍ଧାରିତ ସମୟରେ ପତାକା ଉତୋଳନ କରିଥିଲେ ଶ୍ରୀ ବାଜ୍ୱା। ଏହି ଅବସରରେ ରେଳପଥ ବିଭାଗ ସୁରକ୍ଷାବଳର ଦୁଇଟି ଦଳ ଯୋଗ ଦେଇଥିଲେ। ଗୋଟିଏ ପୁରୁଷ ଦଳ ଅନ୍ୟଟି ମହିଳା ଦଳ, ସିଭିଲ୍ ଡିଫେନ୍ସର ଗୋଟିଏ ଦଳ, ସ୍କାଉଟ୍- ଗାଇଡ୍ ଗୋଟିଏ ଦଳ, କେନ୍ଦ୍ରୀୟ ବିଦ୍ୟାଳୟର ଗୋଟିଏ ଦଳ, ରେଳପଥ ବିଦ୍ୟାଳୟର ଗୋଟିଏ ଦଳ ପ୍ରମୁଖ ଦଳମାନ ପ୍ୟାରେଟରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏତଦବ୍ୟତୀତ ସ୍କାଉଟ୍ ଗାଇଡ୍ ତରଫରୁ ବାଦ୍ୟ ଯନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁର୍ବତଟ ରେଳ ମଣ୍ଡଳ ଖୋର୍ଦ୍ଧା ରୋଡ ସ୍ଥିତ ମହିଳା ଅର୍ଗାନାଇଯେସନ, ଅତୀତର ମଣ୍ଡଳ ପ୍ରବନ୍ଧକ ଶ୍ରୀ ସୁବ୍ରଯୋତି ମଣ୍ଡଳ ‘ଇଂଫ୍ରା’, ଖୋର୍ଦ୍ଧା ରୋଡ ମଣ୍ଡଳର ସମସ୍ତ ପାଖୀକ ଅଫିସର୍ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ। ରେଳ ମଣ୍ଡଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭାଗନେଇଥିଲେ। ଦୁଇଜଣ ସୁରକ୍ଷା ବଳର ସହ ଆରକ୍ଷୀ ନିରୀକ୍ଷକ ଶ୍ରୀ ଅକ୍ଷୟ କୁମାର ବାରିକ ଏବଂ ଶ୍ରୀ ଅମୟ ପ୍ରସାଦ ସାହୁ ଉଭୟ ରୌପ୍ୟପାତ୍ର ପ୍ରଦାନ କରାଯାଇଥିଲା।
