ସୋମବାର ଠାରୁ ପୁଣି ଗଡ଼ିବ ‘ମୋ ବସ୍’

ଭୁବନେଶ୍ୱର ୧୮/୦୭ : ଆସନ୍ତା କାଲି (ସୋମବାର) ୩ଟି ସହରରେ ଯଥା ଭୁବନେଶ୍ବର, କଟକ ଓ ପୁରୀର ୧୬ଟି ରୁଟରେ ଗଡ଼ିବ ‘ମୋ ବସ୍’ । ପ୍ରଥମ ପର୍ୟ୍ୟାୟରେ ସୋମବାରରୁ ଶୁକ୍ରବାର ଯାଏ ୮୭ଟି ବସ୍ ଚାଲିବ।ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ବସ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଶନି ଓ ରବିବାର ରେ କେବଳ ରେଳ ଷ୍ଟେସନ ଓ ବିମାନବନ୍ଦର କୁ ଚାଲିବ ବସ୍ । ବିନା ମାସ୍କରେ ଓ ବସ୍ରେ ଠିଆ ହୋଇ ଯାତ୍ରା କରିବାକୁ ନିଷେଧ କରାଯାଇଛି।