ଭାରତୀୟ ଷ୍ଟେଟବ୍ୟାଙ୍କ ଡେଲାଙ୍ଗ ଶାଖା ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଡେଲାଙ୍ଗ-ସ୍ଥାନୀୟ ଡେଲାଙ୍ଗ କୋଠବାଡ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଶାଖା ପରିଚାଳକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମ୍ୟାନେଜର ଶ୍ରୀଯୁକ୍ତ ତୋଫାନ ନାୟକ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଓ ସମାଜ ସେବାରେ ଛାତ୍ର ଛାତ୍ରୀଙ୍କର ଆଗ୍ରହ ବୃଦ୍ଧି ପାଇଁ ପ୍ରାରମ୍ଭରୁ ପ୍ରତ୍ୟେକ ନିଜକୁ ସମର୍ପିତ ଭାବେ ଗଢି ତୋଳିବା ଉଚିତ୍ ବୋଲି କହି ମହାନ୍ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନର ଅବତାରଣା କରିଥିଲେ।ଏଥିରେ ଡେଲାଙ୍ଗ ୟୁଜିୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରି “ମେରା ଭାରତ ମହାନ୍ ହେ”ସ୍ଲୋଗାନରେ ଚତୁର୍ଦ୍ଦିଗକୁ ପ୍ରକମ୍ପିତ କରିଥିଲାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନ ସହଯୋଗ କରିଥିଲେ । ସିଆରସିସି କ୍ଷେତ୍ରବାସୀ ଆଳୁକ, ଶିକ୍ଷକ ଅଭୟ ଚରଣ ସାହୁ, ବ୍ୟାଙ୍କ କର୍ମଚାରୀ ପ୍ରଵୀଣ ଘଟୁଆରୀ ,ପବିତ୍ର ପରିଡ଼ା, ବିଭୁତି ଭୁଷଣ ବେହେରା ସୁରେନ୍ଦ୍ର ପ୍ରଧାନ, ବାନାମ୍ବର ପେଣ୍ଠେଇ,ଅର୍ଘ୍ୟାଞ୍ଜଳି ପରିଡ଼ା ପ୍ରମୁଖ ଯୋଗଦାନ ପୂର୍ବକ ଇତିହାସରୁ ଶିଖି ଦେଶ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଶାନ୍ତି, ସଂହତି , ସହଯୋଗ ,ଭାଇଚାରା ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ପିଲାମାନଙ୍କୁ ମାନେଜର ମିଠା ବଣ୍ଟନ କରିଥିଲାବେଳେ କେତେକ କୃତି ପିଲାଙ୍କୁ ପୁରସ୍କାର ଦେଇଥିଲେ। ଶ୍ରୀଯୁକ୍ତ ନାୟକ ମ୍ୟାନେଜର ଭାବରେ ଯୋଗଦେଲା ପରେ ବ୍ୟାଙ୍କ ପରିସରରେ ଜାତୀୟ ଦିବସ ପାଳନ କରୁଛନ୍ତି। ଶାଖା ପରିଚାଳକଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଭୁରି ଭୁରି ପ୍ରଶଂସା କରାଯାଇଛି।ସେହିପରି ଡେଲାଙ୍ଗ ୟୁଜିୟୁପି ସ୍କୁଲର ଛାତ୍ରଛାତ୍ରୀ ଓ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଡେଲାଙ୍ଗ- ହାଟ ବଜାର ପରିକ୍ରମା କରି ଡେଲାଙ୍ଗ କୋଠବାଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନରେ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ପ୍ରାକ୍ତନ ସରପଂଚ ଲୋକନାଥ ବେହେରା, ବୁଦ୍ଧିଜୀବୀ କୈଶୋର ଅଲ୍ଲୀ ଖାଁ ପ୍ରମୁଖ ପତ୍ତାକା ଉତ୍ତୋଳନ କରି ବକ୍ତବ୍ୟ ଦେଇଥିଲେ।ବାଳିକା ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁବାସ ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ଝରଣା ଦାସ , ସୁମିତ୍ରା ରାଉତରାୟ,ଓ ଅନ୍ୟ ମାନଙ୍କ ସହ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସବୁ ଶିକ୍ଷକ ଶିକ୍ଷୟିତ୍ରୀ ସେଠାରେ ଉପସ୍ଥିତ ଥିଲେ।ସେହିପରି ବେରଵୋଇ କସ୍ତୁରବା କେନ୍ଦ୍ରର ମୁଖ୍ୟ ସଂଚାଳିକ କବିତାରାଣୀ ପରିଡ଼ା, ଗାନ୍ଧୀ ପୀଠରେ ଶିକ୍ଷାବିତ୍ କୁନ୍ତଳା ବିଶ୍ବାଳ, ସଂପାଦକ ଚନ୍ଦ୍ରଶେଖର ବିଶ୍ଵାଳ, ସ୍ବାଧୀନତା ସଂଗ୍ରାମୀ ଘନଶ୍ୟାମ ସ୍ମୃତି କମିଟି ବେରଵୋଇ ଠାରେ ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ସମାଜ ସେବୀ ଦେବ ପ୍ରସାଦ ରାଉତରାୟ , ଶିକ୍ଷୟିତ୍ରୀ ପୂର୍ଣ୍ଣିମା ରାଉତ ଓ ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିଶ୍ରୀ ରାଉତ ରାୟ ଜାତୀୟ ପତାକା ଉତ୍ତୋଳନରେ ସାମିଲ ହୋଇ ବକ୍ତବ୍ୟରେ ଦେଶମାତୃକାର ଐତିହାସିକ କଥା କହିଥିଲେ। ହାଟ ଲକ୍ଷ୍ମୀ ପୂଜା ବଜାରରେ ଅଶୋକ ମହାପାତ୍ର ଓ ମାଧବ ବେହେରା ପତ୍ତାକା ଉତ୍ତୋଳନ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ।ସେହିପରି ବ୍ଲକ, ତହସିଲ,ଥାନା,ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଡେଲାଙ୍ଗ ୟୁଜିୟୁପି ସ୍କୁଲର ବକ୍ତୃତା ,ଗୀତ ଆଦିର କୃତି ପ୍ରତିଯୋଗୀ ସ୍ବୟଂଶ୍ରୀୟା ପ୍ରିୟଦର୍ଶୀ,ବିଶ୍ବପ୍ରକାଶ ସେଠୀ, ପ୍ରଜ୍ଞା ପ୍ରଣମିତା ସାହୁ,ସାଇ ମହାବୀର ଜେନା ,ସିମରନ ଆସୀନ ଆଦିଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ, ସଭାପତି ପ୍ରମୋଦ ସେଠୀ, ଶିକ୍ଷକ ଟିକେଇ ଦଳାଇ, ସୋମନାଥ ବେହେରା,ମାନସ ସ୍ବାଇଁ , ପାପଲିନ୍ ପ୍ରଧାନ, ସତ୍ୟଭାମା ବେହେରା, ପ୍ରିୟତ୍ତମା ସାହୁ,ଅଭୟ ସାହୁ, ସଭ୍ୟ ଦିଲ୍ଲୀପ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *