ସୋରଡା ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ନବୀନ ନିବାସ କୁ ୧୦୦ ରୁ ଉର୍ଦ୍ଧ୍ୱ ଚିଠି

ସୋରଡା- ଗଞ୍ଜାମ ଜିଲ୍ଲା ସୋରଡା ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ର ଉନ୍ନତି ପାଇଁ ପ୍ରଥମେ ଓଡିଶା ୫ ଟି ସଚିବ ଙ୍କୁ ଅନୁରୋଧ କରିବା ପରେ ଏହା କୁ ଅଧିକ ଗୁରୁତ୍ଵାରୋପ କରି ପୋଷ୍ଟ କାର ଅଭିଯାନ ଆରମ୍ଭ କରାଯାଇଛି। ପ୍ରତିଦିନ ଦୁଇଟି ପୋଷ୍ଟ କାର୍ଡ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉଦ୍ୟେଶ ରେ ପଠାଯାଉଛି। ଏହି ପୋଷ୍ଟ କାର୍ଡ ଗୁଡିକ ନବୀନ ନିବାସ ଠିକଣା ପଠାଯାଉଛି। ରାଜ୍ୟସରକାର ବର୍ତମାନ ପୁରୁଣା ମନ୍ଦିର ର ସୁରକ୍ଷା ଓ ସଂସ୍କୃତି ର ବିକାଶ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରୁଥିବା ବେଳେ ସୋରଡା କୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ଏକ ପ୍ରୟାସ ଆରମ୍ଭ ହେଇଛି। ଏହି ଯୋଜନା କୁ ସଫଳ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ବ୍ୟକ୍ତିଗତ ସଚିବ ତଥା 5 ଟି ସଚିବ ବର୍ତମାନ ବିଭିନ୍ନ ଜିଲ୍ଲା ଭ୍ରମଣ ରେ ଜୀବ ସହ ସେଠାରେ ଉନ୍ନୟନ କାମ ର ଅଗ୍ରଗତି ଓ ରୂପାନ୍ତିକରଣ ପରକ୍ରିୟା ର ତଦାରଖ କରିବା ସହ ଆବଶ୍ୟକ ଅନୁଦାନ ମଧ୍ୟ ଘୋଷଣା କରୁଛନ୍ତି। ଫଳରେ ରାଜ୍ୟ ରେ ସମସ୍ତ ଧାର୍ମିକ ପିଠା ଗୁଡିକ ର ଏବେ ଉନ୍ନତି ହେବା ରେ ଲାଗିଛି। ଏହା ସହ ରାଜ୍ୟସରକାର ବର୍ତମାନ ଆମ ଓଡିଶା ନବୀନ ଓଡିଶା ମାଧ୍ୟମ ରେ ଜଗନ୍ନାଥ ସଂସ୍କୃତି ର ବିକାଶ ସହ ପୁରୁଣା ମନ୍ଦିର ର ଉନ୍ନତି ପାଇଁ ୧୦ ଲକ୍ଷ ଟଙ୍କା ର ଅନୁଦାନ ଘୋଷଣା କରିଛନ୍ତି। ଏହି ପରିପ୍ରେଖି ରେ ସୋରଡା ରେ ଥିବା ଜଗନ୍ନାଥ ମନ୍ଦିର ର ଉନ୍ନତି ପାଇଁ ମଧ୍ୟ ଅନୁଦାନ ର ଆବଶ୍ୟକତା କୁ ଉପଲବ୍ଧି କରି ସୋରଡା ର ୦୮ ନମ୍ବର ୱାର୍ଡ କାଉନ୍ସିଲର ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରତିଦିନ ଦୁଇଟି ପୋଷ୍ଟ କାର୍ଡ ନବୀନ ନିବାସ ଠିକଣା ରେ ବର୍ତମାନ ପଠାଯାଉଛି। ଆଜକୁ ୫ ଟି ସଚିବ ଙ୍କ ଉଦ୍ୟେଶ ରେ ୫୨ ଟି ଚିଠି ନବୀନ ନିବାସ ଠିକଣା ରେ ପଠାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ ରେ ମଧ୍ୟ ୫୨ ଟି ଚିଠି ପଠାଯାଇଛି। ଏହି ପୋସ୍ତ କାର୍ଡ ଅଭିଯାନ ୫୨ ଦିନ ଧରି ଛୁଟି ଦିନ ବ୍ଯତୀତ ଚାଲୁରହିଛି। ବର୍ତମାନ ଯାଏଁ ୧୦୪ ଟି ଚିଠି ପଠାଯାଇଥିବା ବେଳେ ରାଜ୍ୟମୁଖ୍ୟ ମନ୍ତ୍ରୀ ଓ ୫ ଟି ସଚିବ ଙ୍କ ତରଫରୁ ସୋରଡା ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ କୌଣସି ପଦକ୍ଷେପ କିମ୍ବା ମନ୍ଦିର କିପରି ଅଛି ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ କେତେ ଟଙ୍କା ଅଟାକଳ କରାଯିବ ଏବଂ ମନ୍ଦିର ର ସୌଦର୍ଯ୍ୟ କାରଣ କିପରି ହୋଇପାରିବ ଏ ଯାଏଁ ତଦନ୍ତ ଆରମ୍ଭ ହୋଇନି। ଗଞ୍ଜାମ ଜିଲ୍ଲା ସୋରଡା ଜଗନ୍ନାଥ ମନ୍ଦିର ୧୭ ଶ ମସିହା ରେ ଖିଡିଶିଙ୍ଗୀ ରାଜବଂଶ ରାଜା କୁଞ୍ଜ ବିହାରୀ ସିଂ ଦେଓ ଙ୍କ ସମୟରେ ନିର୍ମାଣ କରାଯାଇଥିବା ବେଳେ ଆଜକୁ ଏହା ପ୍ରାୟ ୩୫୦ ବର୍ଷ ପୁରୁଣା ହେଲାଣି। ବର୍ତମାନ ଖିଡିଶିଙ୍ଗୀ ରାଜବଂଶ ଦାୟାଦ ଡା ଦେବଦତ୍ତ ସିଂ ଦେଓ ଜଗନ୍ନାଥ ଙ୍କ ସେବା ରେ ନିୟୋଜିତ ହେବା ସହ ୧୩୦ ବର୍ଷ ପରେ ଛେରା ପହଁରା ନୀତି ସମ୍ପନ୍ନ କରୁଛନ୍ତି। ସୋରଡା ଜଗନ୍ନାଥ ମନ୍ଦିର ଟି ଓଡିଶା ହିନ୍ଦୂ ଦେବୋତ୍ତର ବିଭାଗ ଅଧୀନ ରେ ରହିଛି। ହିନ୍ଦୁ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ର ପ୍ରତିଦିନ ପୂଜା ନୀତି ପାଇଁ ମିଳୁଥିବା ଅନୁଦାନ ପର୍ଯ୍ୟାପ୍ତ ହେଉନି। ଏପରି ପରିସ୍ଥିତି ରେ ମନ୍ଦିର ଚଳାଇବା ଏକ କଷ୍ଟ କର ବ୍ୟାପାର । ମନ୍ଦିର ର ପୂଜା ନୀତି ପାଇଁ ଯଥେଷ୍ଟ ହେଉନଥିବା ଅନୁଦାନ କିପରି ରଥ ଯାତ୍ରା ଠାରୁ ଆରମ୍ଭ କରି ମନ୍ଦିର ର ମରାମତି ପାଇଁ ଯଥେଷ୍ଟ ହେବ ତାହା ଚିନ୍ତା ର ବିଷୟ। ଦୀର୍ଘ ଦିନ ହେଲା ମନ୍ଦିର ର ରଙ୍ଗ ଦେବା କାର୍ଯ୍ୟ ହୋଇନପାରିବା ଯୋଗୁଁ ମନ୍ଦିର ଏବେ ସଂପୂର୍ଣ୍ଣ କଳା ପଡିଗଲାଣି। ଆବଶ୍ୟକ ଅର୍ଥ ଅଭାବ ଯୋଗୁଁ ୩୦୦ ବର୍ଷ ରୁ ଉର୍ଦ୍ଧ ହେବ ପ୍ରଭୁ ଜଗନ୍ନାଥ ଙ୍କ ନବକଳେବର ମଧ୍ୟ ସମ୍ଭବ ହେଉନି। ୩୦୦ ବର୍ଷ ରୁ ଉର୍ଦ୍ଧ ଏହି ପ୍ରାଚୀନ ମନ୍ଦିର ପାଇଁ ଆବଶ୍ୟକୀୟ ଅନୁଦାନ ଏଯାବତ ମିଲୁନି। ରାଜ୍ୟ ୫ ଟି ସଚିବ ଏଥି ପ୍ରତି ଦ୍ରୁଷ୍ଟି ଦେଇ ମନ୍ଦିର ର ପୁନରୁଦ୍ଧାର, ଓ ସୌନ୍ଦର୍ଯ୍ୟ କରଣ ଏବଂ ମରାମତି ପାଇଁ ଆବଶ୍ୟକୀୟ ଅନୁଦାନ ପ୍ରଦାନ କଲେ ସୋରଡା ରେ ଥିବା ଗଞ୍ଜାମ ଜିଲା ର ୩୦୦ ରୁ ଉର୍ଦ୍ଧ୍ୱ ବର୍ଷ ର ଏହି ପ୍ରାଚୀନ ମନ୍ଦିର ର ଉନ୍ନତି ହୋଇପାରନ୍ତା ବୋଲି ଏଠାକାର ସହରବାସୀ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *