ସଡ଼କ ସୁରକ୍ଷା ବୈଠକ

ଆଜି ଅପରାହ୍ନ 4.00 ଟା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ , ସିଡିଏମଓ ଡଃ ଆର୍ତ୍ତଵନ୍ଧୁ ନାୟକ ଙ୍କ ଉପସ୍ଥିତି ରେ ସଡ଼କ ସୁରକ୍ଷା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ରେ କିପରି ଦୁର୍ଘଟଣା ରୋକାଯାଇ ପାରିବ ତାହା ଉପରେ ପ୍ରାଥମିକତା ଦେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟଗୁଡିକୁ ହଟେଇଵାକୁ ଏବଂ ବେଆଇନ ଭାବେ ଦୋକାନ ଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଇଥିଲେ। ଅସାଧୁ ବ୍ୟକ୍ତିମାନଙ୍କ ଡ୍ରାଇଭି ଲାଇସେନ୍ସ ବାତିଲ କରିବାକୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରାମର୍ଶ ଦେଇଥିଲେ।
MVI,RTO ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *