ଆଜାଦ କି ଅମୃତ ମହୋତ୍ସବ ପାଳିତ

ଡେଲାଙ୍ଗ, ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆଣ୍ତେ ରିସର୍ଚ ଆନୁକୂଲ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସର୍ବପଲ୍ଲୀ ନୋଡାଲ ବିଦ୍ୟାପିଠ , ଅଭୟମୁଖୀ, ରାମଚନ୍ଦ୍ର ପୁର ଠାରେ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ଏହା ଅଗଷ୍ଟ ୧୬ ତାରିଖ ରେ ଆରମ୍ଭ ହୋଇ ୧୭ ତାରିଖରେ ସମାପ୍ତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ମଣ୍ଡଳ ଶିକ୍ଷାଧିକାରୀ ବିନୋଦ କୁମାର ପରମାଣିକ , ମୁଖ୍ୟ ବକ୍ତାରୁପେ କୃଷି ବିଗ୍ୟାନ କେନ୍ଦ୍ର,ପୁରୀ ର ବୈଜ୍ଞାନିକ ଡକ୍ଟର ଅମ୍ବିକା ପ୍ରସାଦ ନାୟକ ଯୋଗଦେଇଥିଲେ । ସମ୍ମାନିତ ଆତିଥିରୁପେ ସମାଜସେବୀ ଧୀରେନ୍ଦ୍ର କୁମାର ଜେନା , ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ବରାଳ ,ଶିକ୍ଷକ କୈଳାସ ଚନ୍ଦ୍ର ସ୍ବାଇଁ , ସୀଆରସିସ ଜଗନ୍ନାଥ ପରିଡା , ଅଭୟମୁଖୀ ପଂତାୟତର ନାୟବ ସରପଂଚ ବାସୁଦେବ ପ୍ରଧାନ ଯୋଗଦେଇଥିଲେ ଏବଂ ସିଆରସିସ କ୍ଷେତ୍ରବାସୀ ଆଳୁକ ସଭାପତିତ୍ବ କରିଥିଲେ !ଅନୁଷ୍ଠାନ ର ସମ୍ପାଦକ ଅଶୋକ କୁମାର ପେଣ୍ଠୋଇ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରକାଶ ଭୋଳ , ସୁବାସ ସ୍ବାଇଁ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ ।
ରଚନା ଓ ବକ୍ତୁତା ଦୁଇଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା!ଏଥିରେ ଭାଗନେଇଥିବା କୃତି ପ୍ରତିଯୋଗୀ ମାନକୁଂ ପୁରସ୍କାର ପ୍ରଦାନ କରାଯାଇ ଥିଲା ! ରଚନା ରେ ପ୍ରଥମସ୍ଥାନ କ୍ରୀଷ୍ଣାଜଳୀ ସ୍ୱାଇଁ , ଦିତୀୟସ୍ଥାନ ଲଖ୍ମୀପ୍ରିୟା ଚଂପତୀ , ତୃତୀୟସ୍ଥାନ ଶ୍ରମିଷ୍ଠା ବିଶ୍ବାଳ ଓ ସୁଚିତ୍ରା ଜେନା, ସେହିପରି ବକ୍ତୁତାରେ
ପ୍ରଥମସ୍ଥାନ ଆଦ୍ୟାଶା ପ୍ରୀୟଦର୍ଶନୀ ସେନାପତି
ଦିତୀୟସ୍ଥାନ ହରପ୍ରିୟା ସେନାପତି
ତୃତୀୟସ୍ଥାନ ଶ୍ରଧାଂଜଳୀ ବସ୍ତୀୟା ଓ ସୁଚିତ୍ରା ଯେନା ପ୍ରମୁଖ କୁତ୍ରିତ୍ବ ଲାଭ କରିଥିଲେ “! ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ପତ୍ର,ଉପଢୌକନ ଓ ପୁଷ୍ପଗୁଛ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ! ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଆଲୋକ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !