ନିଖିଳ ଉତ୍କଳ ପଂଚାୟତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନିଖିଳ ଉତ୍କଳ ପଂଚାୟତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଓଡିଶା ଡ଼ାକରାରେ ଆଜି ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।ସଂଘର ଜିଲ୍ଲା ସଭାପତି ଶରତ ଚନ୍ଦ୍ର ମହରଣାଙ୍କ ନେତୃତ୍ୱରେ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଧାରଣା ଦେବା ସହିତ ସରକାରଙ୍କ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରତି ଅବହେଳାକୁ ବିରୋଧ କରିଥିଲେ ।ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀର ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କରିବା, ଦରମା ଲେବଲ -୫ ରୁ ଲେବଲ -୯କୁ ଧାର୍ଯ୍ୟ କରିବା, ନୂତନ ପଦବୀ ସୃଷ୍ଟି କରି ୧୦ବର୍ଷ କାର୍ଯ୍ୟ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ପଦୋନ୍ନତି ସହ ଜିପିଡ଼ିଓ ପଦବୀରେ ଶତ ପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ସହିତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଓପିଆଏସ କ୍ୟାଡ଼ରରେ ଅନ୍ତର୍ଭୁକ୍ତ କରିବା ଆଦି ଦାବିକୁ ନେଇ ସଂଘ ଆନ୍ଦୋଳନଙ୍କୁ ଓହ୍ଲାଇଛି ।ସରକାରଙ୍କ ସମସ୍ତ ଯୋଜନା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ଦ୍ୱାରା କରାଯାଉଥିଲେ ମଧ୍ୟ ସରକାର ଏହି କର୍ମଚାରୀମାନଙ୍କ ପ୍ରତି ଅବହେଳା ପ୍ରକାଶ କରୁଛନ୍ତି ।ଏହାକୁ ନେଇ ଆଜି ଠାରୁ କାର୍ଯ୍ୟବନ୍ଦ କରି ଜିଲ୍ଲାର ସମସ୍ତ ପିଇଓ ଆନ୍ଦୋଳନ ଓହ୍ଲାଇଛନ୍ତି ବୋଲି କହିଛନ୍ତି ସଂଘର ସାଧାରଣ ସମ୍ପାଦକ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *