ନୂତନ ଶିକ୍ଷା କାର୍ଯ୍ୟକ୍ରମ ସମ୍ଭବ ଓ ଅନ୍ୱେଷଣ ର ଲୋକାର୍ପଣ

ଜଗତସିଂହପୁର ପୋୖରାଞ୍ଚଳ ର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ମାର୍କଣ୍ଡପୁର ଠାରେ ଜିଲ୍ଲାରେ ନୂତନ ଶିକ୍ଷା କାର୍ଯ୍ୟକ୍ରମ ସମ୍ଭବ ଓ ଅନ୍ୱେଷଣ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଶିକ୍ଷା ଅଧିକାରୀ ନିରଂଜନ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷତା ଧାରାକୁ ଗୁଣାତ୍ମକ ଓ ଦୀର୍ଘ ସ୍ଥାୟୀ କରିବା ସହ ପ୍ରାଥମିକ ସ୍ତରରୁ କୁନିକୁନି ପିଲା ମାନଙ୍କର ଲିଖନ, ପଠନ ଓ ବର୍ଣ୍ଣନା କରିବାର ଗୁଣକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୃଦ୍ଧି କରାଯାଇ ପାରିବ ବୋଲି ଅତିଥି ମାନେ କହିଛନ୍ତି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *