ବିଜେଡି କାର୍ଯ୍ୟାଳୟରେ ଦିନିକିଆ କର୍ମଶାଳା
ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ମହିଳା କାର୍ଯ୍ୟକର୍ତ୍ତାଙ୍କୁ ନେଇ ସୋସିଆଲ ମିଡିଆ ସମ୍ପର୍କରେ ଏକ କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୋସିଆଲ ମିଡିଆର ଅପକାରିତା ଓ ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସୋସିଆଲ ମିଡିଆ ସମ୍ପର୍କରେ ବିଷଦ ବିବରଣୀ ରଖିଥିଲେ ଲମ୍ବୋଦର ମିଶ୍ର । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ସାହୁ ମା’ଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେମାନେ ସଫଳତାର ସହ କାର୍ଯ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ଙ୍କୁ ସମସ୍ତ ଦାୟିତ୍ୱ ଦେବାକୁ ଚାହୁଛନ୍ତି । ମା’ ମାନେ ସ୍ୱାବଲମ୍ବି ହେଲେ ଗାଁ ଠୁ ସହର ସବୁଠାରେ ବିକାଶର ବାନା ଉଡ଼ିବ ବୋଲି ଡ. ସାହୁ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରଣୟନ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାଠାରୁ ଆରମ୍ଭ କରି କାଳିଆ ଯୋଜନା, ନିରାମୟ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା, ହରିଶ୍ଚନ୍ଦ୍ର ଯୋଜନା ପରି ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରଣୟନ କରିଛନ୍ତି । ସମସ୍ତ ଯୋଜନା ଗୁଡିକ କିପରି ଲୋକଙ୍କ ପାଖରେ ପହଞ୍ଚିବ ଏହାର ଦାୟିତ୍ୱ ମହିଳାମାନେ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଆଜିକାର ଦିନରେ ସାମାଜିକ ଗଣ ମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ହୋଇପାରିଛି । ସାମାଜିକ ଗଣମାଧ୍ୟମକୁ ଦଳୀୟ କର୍ମକତ୍ତାମାନେ କିପରି ପରିଚାଳନା କରିବେ ସେ ସମ୍ବନ୍ଧରେ ସମସ୍ତେ ସଚେତନତା ହେବାର ଆବଶ୍ୟକତା ରହିଛି ବୋଲି କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ବରିଷ୍ଠ ରାଜ୍ୟ ଉପସଭାନେତ୍ରୀ ମାଳତୀ ଗୁରୁ ଓ ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ପୌରାଞ୍ଚଳ, ନୟାଗଡ଼ ବ୍ଲକ, ଓଡ଼ଗାଁ ଏନଏସି ଓ ଓଡ଼ଗାଁ ବ୍ଲକର ୧୦୦ରୁ ଉର୍ଦ୍ଧ୍ୱ ମହିଳା ନେତ୍ରୀ ପ୍ରଶିକ୍ଷଣ ନେଇଥିଲେ