ପଦ୍ମିନୀ କେୟାର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ତାରିଖ: ଯାଜପୁର ଜିଲ୍ଲା,ଧର୍ମଶାଳା ବ୍ଲକ, ସମ୍ପାରୁ ଗ୍ରାମ ପଞ୍ଚାୟତ ତୁରଙ୍ଗ ଗ୍ରାମ ନିକଟସ୍ଥ ତୁରଙ୍ଗ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ଭିତରେ ଥିବା ଅଙ୍ଗନ ବାଡ଼ି କେନ୍ଦ୍ର ରେ ରବିବାର ଦିନ ପଦ୍ମିନୀ କେୟାର ତରଫରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଦ୍ମିନୀ କେୟାରର ଡ଼ାକ୍ତର ସତ୍ୟଜିତ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ମେଡିସିନ ଡ଼ାକ୍ତର ଦ୍ଵାରା ସମସ୍ତ ରୋଗୀମାନଙ୍କ ରୋଗ ନିରୂପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସୌମ୍ୟରଞ୍ଜନ ଲେଙ୍କା,ରୋଜାଲିନ ଦାସ, ବିଶ୍ଵଜ୍ୟୋତି ମହାନ୍ତି, ଆକାଂକ୍ଷା ବସ୍ତିଆ,ପିକୁନା ପ୍ରଧାନ ସମେତ ପଦ୍ମିନୀ କେୟାର ତରଫରୁ କାର୍ଯ୍ୟରତ ଥିଲେ।ଏଥିରୁ 100 ରୁ ଉର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିସହିତ ତୁରଙ୍ଗ ,ସାହସପୂର୍ , ନୂଆଗାଁ ଗ୍ରାମର ସମସ୍ତ ଗ୍ରାମବାସୀ ଖୁସି ଅନୁଭବ କରିଥିଲେ।

Leave a Reply

Your email address will not be published. Required fields are marked *