ହାଇଦ୍ରାବାଦରେ ଓଡ଼ିଆ ଡ୍ରାଇଭରଙ୍କ ମୃତ୍ୟୁ

ବନ୍ତ ଥାନା ଅନ୍ତର୍ଗତ ଦେବତାଗଡ଼ିଆ ଗ୍ରାମର ବିଦ୍ୟାଧର ଯେନା ଙ୍କର ମୃତ୍ୟୁ ଘଟିଛି l ତେବେ ପରିବାର ପ୍ରତିପୋଷଣ ପାଇଁ ଗତ ଏପ୍ରିଲ ମାସରେ ସେ ହାଇଦ୍ରାବାଦ ଯାଇ ସେଠାରେ ଏକ ଘରୋଇ ଚିକିତ୍ସାଳୟରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିଲେ l ଅଗଷ୍ଟ ୧୫ତାରିଖ ଅପରାହ୍ନ ୪ଟା ସମୟରେ ପରିବାର ଲୋକଙ୍କୁ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା l ଖବର ପାଇ ବିଦ୍ୟାଧରଙ୍କ ପତ୍ନୀ ଏନେଇ ବନ୍ତ ଥାନାରେ ଏକ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ବନ୍ତ ପୋଲିସ ହାଇଦ୍ରାବାଦ ପୋଲିସ୍ ସହ ଯୋଗାଯୋଗ କରି ବିଦ୍ୟାଧର ଙ୍କର ମୃତ୍ୟୁ ବିଷୟ ରେ କହିଥିଲେ ପରେ ରାତ୍ରୀ ପ୍ରାୟ ୧୦ଘଟିକା ସମୟରେ ବିଦ୍ୟାଧରଙ୍କ ଭାଇ ସଦାନନ୍ଦ ହାଇଦ୍ରାବାଦରେ ବୁଧବାର ପହଞ୍ଚି ନିକଟସ୍ଥ ଥାନାରେ ପୋଲିସକୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ l ତେବେ ପୋଲିସ ଅଭିଯୋଗ ପାଇ ଜବତ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ହୋଇ ଗୁରୁବାର ବନ୍ତ ଠାରେ ପହଞ୍ଚିବା ପରେ ଶତାଧିକ ଡ୍ରାଇଭର ଏକତ୍ରିତ ହୋଇ ବନ୍ତ ବଜାରରୁ ଏକ ଶୋଭାଯାତ୍ରାରେ ବନ୍ତ ବଜାର ଦେଇ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲା ବେଳେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ତେବେ କିପରି ବିଦ୍ୟାଧରଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କୁ ସେଠାରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ବିଦ୍ୟାଧର ଜଣେ ସରଳ ଓ ମେଳାପୀ ଯୁବକ ହୋଇଥିବାରୁ ତାଙ୍କ ମୃତ୍ୟରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ବିଦ୍ୟାଧରଙ୍କ ମୃତ୍ୟୁ ପରେ ବିଦ୍ୟାଧରଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇପଡିଥିବା ବେଳେ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି l