ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ ପୁଲିସ ନିରବ

ଭଦ୍ରକ ବ୍ଲକ ଅଧିନସ୍ଥ ସାବରଙ୍ଗ ଥାନା ହରିପୁର ଗ୍ରାମର ବିକାଶ ମଲ୍ଲିକ କୁ ଦୋଳସାହି ରାମ ନାରାୟଣ ବିଦ୍ୟାପୀଠ ର ଶିକ୍ଷକ ସତ୍ଯ ନାରାୟଣ ମଲ୍ଲିକ, ତାଙ୍କ ମାଆ ଓ ପତ୍ନୀ ତଥା ହରିପୁର ମଲ୍ଲିକ ସାହିର ଅଙ୍ଗନବାଡି କର୍ମୀ ଦିପ୍ତୀ ମୟୀ ମଲ୍ଲିକ ଏବଂ ଅନ୍ୟ ଜଣେ ସହଯୋଗୀ ଧନେଶ୍ଵର ମଲ୍ଲିକ ମିଳିମିଶି ମାରଣାସ୍ତ୍ରକ ଆକ୍ରମଣ କରିଛନ୍ତି ବିକାଶ ଗୁରୁତର ଆହତ ହୋଇ କଟକ ରେ ଚିକିତ୍ସିତ ହେଉଛନ୍ତି ଏହି ଘଟଣା ରେ ସାବରଙ୍ଗ ପୋଲିସ ୧୭୩/୨୩ରେ ମାମଲା ରୁଜୁ କରି ଚୁପ ବସିଛନ୍ତି ପୁଲିସ ଠାରୁ ନ୍ୟାୟ ନ ପାଇଁ ବିକାଶ ର ପରିବାର ଲୋକ ଏସ୍ପି ଙ୍କୁ ଭେଟିବାକୁ ଆସି ଦେଖା ନ ପାଇଁ ନିରାଶରେ ଫେରିଯାଇଛନ୍ତି ଅଭିଯୁକ୍ତ ଙ୍କୁ ଗିରଫ ନହେଲେ ଆସନ୍ତା ୨୧ ତାରିଖ ରେ ଏସ୍ପି ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେବେ ବୋଲି ବିକାଶ ଙ୍କ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *