ସଡ଼କ ଦୁର୍ଘଟଣା ରେ ଦୁଇ କାଉଡ଼ିଆ ମୃତ ଏବଂ 16 ଜଣ ଗୁରୁତର

ଶ୍ରାବଣ ମାସ ସୋମବାର ରେ ଦୁର୍ଘଟଣା ରେ ଦୁଇ କାଉଡ଼ିଆ ମୃତ ଏବଂ 16 ଜଣ ଗୁରୁତର। ବ୍ରହ୍ମପୁର ଶ୍ରାବଣ ମାସ ସୋମବାର ରେ ଅଘଟଣ।ଶିବଙ୍କ ଲାଗି ପାଣି ଭାର ନେଉଥିବା ବେଳେ ସଡ଼କ ଦୁର୍ଘଟଣା ରେ ଦୁଇ କାଉଡ଼ିଆ ମୃତ।16 ଜଣ ଗୁରୁତର ଆହତ।ଆହତ ମୃତକ ମାନେ ସବୁ ବୁଗୁଡ଼ା ବ୍ଲକର ଅରଖପୁର ଗ୍ରାମର।ମୃତକ ଦୁଇ ମଧ୍ୟରୁ ଜଣେ ମହିଳା ଥିବା ସୂଚନା ମିଳିଛି।35 ବର୍ଷୀୟା ଅନିତା ଜେନା ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମୁକୁନା ବେହେରା (32)ଙ୍କ MKCG ମେଡ଼ିକାଲରେ ମୃତ୍ୟୁ ହୋଇଛି। ସମସ୍ତ ଆହତ ମାନଙ୍କୁ MKCG ଅଣାଯାଇଛି। ଏଠାରେ ଆହତ ମାନଙ୍କୁ ଚିକିତ୍ସା କରାଯାଉଛି।ଜଣେ ଛୋଟ ଝିଅଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏମ୍ସ ହସ୍ପିଟାଲ କୁ ପଠାଇ ଦିଆଯାଇଛି।ଗତକାଲି ଆସିକା ଋଷିକୁଲ୍ୟା ନଦୀରୁ ପାଣି ନେଇ ଅରଖପୁର ସ୍ଥିତ ତାଡେକେଶ୍ୱର ଶିବ ମନ୍ଦିର କୁ ଯାଉଥିବା ବେଳେ ବଡଖୋଲି ଭେଜିପୁଟ ନିକଟରେ ଏକ ଇଣ୍ଡିକା ସେମାନଙ୍କୁ ପଛ ପଟରୁ ଧକ୍କା ଦେଇଥିଲା।

ଜ୍ୟୋତି ରଞ୍ଜନ ଗୌଡ଼ ଙ୍କ ରିପୋର୍ଟ ବ୍ରହ୍ମପୁର।

Leave a Reply

Your email address will not be published. Required fields are marked *