ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ବାଇକ୍ କୁ ପିଟିଲା କାର, ତିନି ଗୁରୁତର

ସୋମବାର ଅପରାହ୍ନ 4:30 ସମୟ ରେ ପୁରୀ କୋଣାର୍କ ମେରେନ ଡ୍ରାଇଭ୍ ରାସ୍ତା ରେ ମଦ ପିଇ କାର ନମ୍ବର od02bb6985 ର କାର ଟି Od 13L 5803 ନମ୍ବର ହିରୋହୋଣ୍ଡା ଗ୍ଲାମର ଗାଡ଼ି କୁ ଜୋର୍ ରେ ଧକ୍କା ଦେଇଥିଲା l ଏହା ଫଳ ରେ ବାଇକ୍ ଅରୋହି 3ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକ ଙ୍କ ସାହାଯ୍ୟ ରେ ପୁରୀ ବଡ଼ ଡାକ୍ତରଖାନା ରେ ଭର୍ତି ହୋଇଛନ୍ତି l ସାଧାରଣ ଜନତା କାର ଭିତରେ ଦେଖିଲା ବେଳକୁ ମଦ ବୋତଲ,ଗୁଟଖା, ଚଖେଣା ଓ ଆନ୍ୟ ନିଶା ଦ୍ରବ୍ୟ ଦେଖିବାକୁ ମିଳିଥିଲା l ସେଇ ଗାଡ଼ି ରେ ବସିଥିବା ବ୍ୟକ୍ତି ମଦ ନିଶାରେ ଟୁର ରେ ଥିଲେ l
ତଙ୍କୁ ଆମ ଗଣମାଧ୍ୟମ ପ୍ରତିନିଧି ପଚାରିଲେ ସେ ନିଶା ରେ କହିଲେ ଯେ ଅମଡ୍ରାଇଭର ଗାଡି ମାଡ କରି ଫେରାର ଅଛି l ଗଣମାଧ୍ୟମଙ୍କୁ ମିଚ୍ଛ କହିଥିଲେ ଯେ ଡ୍ରାଇଭର ଫେରାର ଅଛି । ସେ ନିଜେ ନିଶା ରେ ଗାଡି ଚଲେଇବା ସହିତ ଦୁର୍ଘଟଣା ଗ୍ରସ୍ଥ ଆହତ ମନଙ୍କର ସମସ୍ଥ ଖର୍ଚ ବହନ କରିବେ ବୋଲି କହି କୌଶଳ କ୍ରମେ ନିଜ ଗାଡି ଛାଡି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁରୀ ର ପେଣ୍ଠକଟା ମେରାଇନ ଥାନା ପୋଲିସ ଦୁଇ ଜଣ ଙ୍କୁ କାବୁ କରି ଥାନା କୁ ନେଇଛନ୍ତି l
ପୁରୀରୁ କବିତା ଗୁରୁଙ୍କ ସହିତ ରମେଶ ସାହୁଙ୍କ ରିପୋର୍ଟ l
