ମହର୍ଷି ଚରକ ଜୟନ୍ତୀ ରେ ମୂର୍ତ୍ତି ଉନ୍ମୋଚନ

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ରେ ମହର୍ଷି ଚରକ ଜୟନ୍ତୀ ରେ ମୂର୍ତ୍ତି ଉନ୍ମୋଚନ ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି l
ଆଜି ଆୟୁର୍ବେଦିକର ମୁଖ୍ୟ ସ୍ରଷ୍ଟା ମହର୍ଷି ଚରକ ଙ୍କ ଜନ୍ମଦିନରେ ମହର୍ଷି ଚରକଙ୍କ ପ୍ରତିମୂର୍ତ୍ତି ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧକ୍ଷ ଡାକ୍ତର ସୁଦର୍ଶନ ବେହେରା ନଡ଼ିଆ ବାଡେଇ ପୁଷ୍ପାଞ୍ଜଳି ଦେଇ ମହର୍ଷି ଚରକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଦୁଇଟି ଚରକଙ୍କ ନାମରେ ସମିଳନୀ କକ୍ଷ ର ଶୁଭଉଦ୍ଘାଟନ କରିବା ସହିତ ଚରକଙ୍କ ଜନ୍ମଦିନ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଫିତାକାଟି ଉଦଘାଟନ କରିଥିଲେ l ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ପାଞ୍ଚହଜାରରୁ ଉର୍ଦ୍ଧ ରୋଗୀଙ୍କୁ ସେବା ଯୋଗାଇ ଦେବାପାଇଁ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ HOD ଡାକ୍ତର ପ୍ରଜ୍ଞା ପ୍ରିୟଦର୍ଶିନୀ ମଲ୍ଲିକ, ଡାକ୍ତର ସୋନାଲିକା ଜେନା, ଡାକ୍ତର ଶାନ୍ତିଲତା ସାହୁ ଓ ଡାକ୍ତର ଭାରତୀ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ପିଜି ଡାକ୍ତରମାନଙ୍କ ସହିତ ପିଜି ଛାତ୍ରଛାତ୍ରୀମାନେ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ l