27ରେ 5ଟି ସଚିବ ଭି କେପାଣ୍ଡିଆନଙ୍କ ଆସ୍କା ଗ୍ରସ୍ତକୁ ନେଇ ବୈଠକ
![](https://teerthkhetra.com/wp-content/uploads/2023/08/vlcsnap-2023-08-21-20h12m19s015.png)
ଆସିକା ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଆସିକା ବ୍ଲକ ଦେବଭୂମି ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସିକା କଲେଜ ଛକ ଖେଳ ପଡିଆ ଠାରେ 5ଟି ସଚିବଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଦ୍ରୁତ ଗତିରେ ପ୍ରସ୍ତୁତି ଜାରି ରହିଛି। ଆସିକା ପାଇଁ ପାଣ୍ଡିଆନ କିଛି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଆସିକା ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ବିଜେଡିର ଗଡ଼ ଭାବେ ପରିଚିତ ଆସିକା ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କୁ ପ୍ରଭାଭିତ କଲା ଭଳି କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା ରଖିଛନ୍ତି ଆସିକାର ଯୁବ ଓ ଛାତ୍ର ନେତା ମନୋଜ କୁମାର ଦୋରା। ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ସ୍ଥିତି ସମୀକ୍ଷା କରିଛନ୍ତି। ବରିଷ୍ଠ ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ 5ଟି ସଚିବଙ୍କ ଉପରେ କାଳୀ ମାଡ଼ ଘଟଣାକୁ ନେଇ ନିନ୍ଦା ପ୍ରସ୍ତାବ ଦେଇଥିଲେ। ପାଣ୍ଡିଆନଙ୍କ ଆସିକା ଗ୍ରସ୍ତ କିଭଳି ଶାନ୍ତି ଶୃଙ୍ଖଳା ସହକାରେ ହୋଇପାରିବ ସେ ନେଇ ଆଲୋଚନା ହୋଇଥିବା ବେଳେ ଅଞ୍ଚଳରେ ଥିବା ସମସ୍ୟା ଓ ତାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ମନାନ୍ତର ମତାନ୍ତର ଭୁଲି ସମସ୍ତେ ଏକ ହୋଇ ବିଜେଡି ସଂଗଠନକୁ ଆଗେଇ ନେବାକୁ ପ୍ରତିଶୃତି ଦେଇଛନ୍ତି ଆସିକାର ସମସ୍ତ ନେତା ଓ ନେତୃବୃନ୍ଦ । ଆଗାମୀ ପିଢ଼ି କିଭଳି କିଭଳି ବିଭିନ୍ନ କ୍ଷେତ୍ରରେ ଆଗକୁ ଯିବେ କହିଥଲେ ମନ୍ତ୍ରୀ। ଆଞ୍ଚଳିକ ସ୍ତରରେ ଥିବା ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ରଜ୍ୟସ୍ତରୀୟ କରାଯାଇପାରିବ ଆଲୋଚନା କରି 5ଟି ସଚିବଙ୍କୁ ବିଧାୟିକାଙ୍କ ମାଧ୍ୟମରେ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । ଆସିକାକୁ ଉନ୍ନତିର ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ, ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜୋନ ବିଜେଡି ଯୁବ ସଭାପତି ନଚିକେତା ସ୍ୱାଇଁ, ଗଞ୍ଜାମ ବିଜେଡି ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ବିଜେଡି ସମ୍ପାଦକ ଅଭିମନ୍ୟୁ ନାହାକ, ବରିଷ୍ଠ ନେତା ଭଗବାନ ସାହୁ,ସୁରଥ ପ୍ରଧାନ,କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ , ଯୁବନେତା ଅଶ୍ୱିନୀ ସ୍ୱାଇଁ,ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ, ରାଜେଶ ପଟ୍ଟନାୟକ,ରଶ୍ମିତା ସେନାପତି, ସ୍ଥାନୀୟ ସରପଞ୍ଚ ଅଶାନ୍ତି ବେହେରା, ସମିତି ସଭ୍ୟ ଲକ୍ଷ୍ମୀ, ଗୌରହରି ବେହେରା, ସନ୍ତୋଷ ନାହାକ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – କୃଷ୍ଣ ଚନ୍ଦ୍ର ସାମନ୍ତରାୟ
![](https://teerthkhetra.com/wp-content/uploads/2023/08/vlcsnap-2023-08-21-20h11m46s385.png)