ଭଦ୍ରକ ଜିଲ୍ଲା ଜଜ କୋର୍ଟ ନଳାଙ୍ଗ ପରିସରରେ ଶିଶୁ ଗ୍ରୁହ ଉଦ୍ଘାଟିତ

. କର୍ମଜୀବି ମହିଳା କିମ୍ବା ସାଧାରଣ ଗୃହିଣୀମାନେ ଅନେକ ସମୟରେ ନିଜ ସାଥିରେ କଅଁଳ ଶିଶୁମାନଙ୍କୁ ଧରି କୋର୍ଟକୁ ବିଭିନ୍ନ କାମରେ ଆସିଥାନ୍ତି. କଚେରୀ ହତା ଭିତରେ ହେଉ କି କୋର୍ଟ ଗୃହରେ ନିଜର ଶିଶୁମାନଙ୍କୁ ସାଥିରେ ଆଣିଥିବା ହେତୁ ଭିନ୍ନ ଏକ ପରିବେଶରେ କଅଁଳ ଶିଶୁମାନେ ନିଃସଙ୍ଗତା ଅନୁଭବ କରନ୍ତି ଓ ବେଳେ ବେଳେ ଅଝଟ ହୋଇ ଜିଦ ଧାରି କାନ୍ଦି ଥାଆନ୍ତି. ଏପରିକି ମାଆର ପଣତ କାନି ବ୍ୟାତିତ ଅନ୍ୟ ଆଡକୁ ଯିବା ପାଇଁ ସେମାନେ ଅମଙ୍ଗ ହୋଇ ଥାଆନ୍ତି. ବିଶେଷ କରି ସାଖି ଦେବା ପାଇଁ ଆସୁଥିବା ମହିଳାମାନେ ଏଥି ପାଇଁ ବିଶେଷ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି. ଏହାକୁ ଆଖି ଆଗରେ ରଖି ନଳାଙ୍ଗ ଠାରେ ଭଦ୍ରକ ଜିଲ୍ଲା ଜଜ କୋର୍ଟ ପରିସରରେ ଶିଶୁ ଗ୍ରୁହ ବା ଚେର୍ଚେରୀ ଭଦ୍ରକର ମାନ୍ୟବର ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟାକଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି. ଏହି ଶିଶୁ ଗୃହରେ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ସାରଞ୍ଜାମ ସହ ଚଉଡା ଟି.ଭି. ପରଦା, କମ୍ପ୍ୟୁଟର ଓ ଶିଶୁମାନଙ୍କ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି. ଏହି ଉଦ୍ଘାଟନି ଉତ୍ସବରେ ଭଦ୍ରକ ଓକିଲ ସଙ୍ଘର ସଭାପତି ବରିଷ୍ଠ ଅଧିବକ୍ତା ନିରାକାର ଜେନା, ସମ୍ପାଦକ ଦିବ୍ୟାସିଂ ନାୟକ, ଅତିରିକ୍ତ ଜିଲ୍ଲା ଜଜ ଆଶିଷ କୁମାର ତ୍ରିପାଠୀ, ପରିବାର ଅଦାଲତ ଜଜ ପ୍ରଜ୍ଞା ପାରମିତା ରାଉଳ, ପୋସ୍କୋ ଆଇନର ଜଜ ତଥା ସହକାରୀ ଅତିରିକ୍ତ ଜିଲ୍ଲା ଜଜ ମୁକ୍ତିରଞ୍ଜନ ଶତପଥୀ, ରେଜିଷ୍ଟର ସିଭିଲ କୋର୍ଟ ସସ୍ମିତା ନନ୍ଦିନୀ ତ୍ରିପାଠୀ, ବରିଷ୍ଠ ଦେୱାନୀ ଜଜ ସୌମ୍ୟ ପ୍ରଭା ଆଚାର୍ଯ୍ୟ, କନିଷ୍ଠ ଦେୱାନୀ ଜଜ ମିସ ନିଲୋଫର, ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ ଶର୍ମିଷ୍ଠା ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗିୟା ମାଜିଷ୍ଟ୍ରେଟ ଗୌରୀ ଶଙ୍କର ରାମ, ପ୍ରଜ୍ଞା ପାରମିତା ମାହାନ୍ତି, ପ୍ରଣତି ପଟେଲ ଓ ଭଦ୍ରକ ଓକିଲ ସଂଘର ଉପସଭାପତି ମନୋରଞ୍ଜନ ଦାସ, ସହ ସମ୍ପାଦକ ନିକୁଞ୍ଜ ପୁହାଣ, କିଶୋର କୁମାର ବଳ, ଅତିସ କୁମାର ବେହେରା ପ୍ରମୁଖ ବହୂ ଆଇନଜୀବୀ, କୋର୍ଟ କର୍ମଚାରି ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *