ବାହୁଡାଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ।

ନୀଳାଦ୍ରୀ ଭକ୍ତନିବାସରେ ବସିଥିଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ। ସରିଲା ସମିକ୍ଷା ବୈଠକ, ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ ଚାଲିଛି। ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଟେଷ୍ଟିଂ ସରିବ। ସେବାୟତଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି। ଲାଇଭ୍ ଟେଲିକାଷ୍ଟ ଡିଡି ତରଫରୁ ବାହୁଡା ଓ ସୂନାବେଶ ପାଇଁ କରାଯିବ। ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବ, ପ୍ରଚୁର ପାନୀୟ ଜଳ ବ୍ଯବସ୍ଥା କରାଯାଇଛି। ସେବକ ମାନଙ୍କ ସହଯୋଗରେ ଶୃଙ୍ଖଳିତ ନିତିକାନ୍ତି ସମ୍ପର୍ଣ୍ଣ କରାଯାଇଛି। କାଲି ବାହୁଡା ପହଣ୍ଡି, ସୂନାବେଶ, ଅଧରପଣା, ନିଳାଦ୍ରୀ ବିଜେରେ ଶୃଙ୍ଖଳିତ ନିତିକ୍ରାନ୍ତି କରାଯିବ। ଆଠଟି ରୂପାଦ୍ୱାର କାମ କରାଯାଉଛି। ନିଳାଦ୍ରୀ ବିଜେ ମଧ୍ୟରେ ବେହରଣ ଦ୍ୱାରର ରୂପାଛାଉଣି କାର୍ଯ୍ୟ ସରିଥିବା ବେଳେ ଜୟ ବିଜୟ ଦ୍ୱାର, ଭୋଗମଣ୍ଡପ , ସାତପାହାଚ ଦ୍ୱାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। କଳାହାଟ ଦ୍ୱାର ଯଦି ସମ୍ଭବ ନହେବ ଆସନ୍ତା ରଥଯାତ୍ରା ସମୟରେ କରାଯିବ । ରୂପାଛାଉଣି କାର୍ଯ୍ୟ ପରବର୍ତ୍ତୀ ସମୟରେ କରାଯାଇପାରିବ। ଏଏସଆଇର ଆଲୋକି କରଣ କାର୍ଯ୍ୟକୁ ଅନୁମତି ମିଳିଛି। ସେ କାର୍ଯ୍ଯ ରଥଯାତ୍ରା ପରେ ବି ଜାରି ରହିବ। ଲେଜର ସ୍କାନିଂ ଉପରେ ମଧ୍ୟରେ ହୋଇଛି ଆଲୋଚନା । ଗର୍ଭଗୃହକୁ ଛାଡି ଜଗମୋହନ,ଭୋଗମଣ୍ଡପ,ନାଟମଣ୍ଡପର ଲେଜର ସ୍କାନିଂ ଶେଷ ହୋଇଛି। ବୈଷୟିକ ଓ ବୈଜ୍ଞାନିକ ଅଧ୍ଯୟନ ପରେ କେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବା ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।