ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ୍ ହେଲା ବି.ସି.ଏ ଓ ପିଜି କୋର୍ସ

ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ୍ ହେଲା ବି.ସି.ଏ ଓ ପିଜି କୋର୍ସ l ସୋରଡା ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ପାଠ୍ୟକ୍ରମରେ ବିଧିବଦ୍ଧ ଭାବେ ଉଭୟ ବିସିଏ ଏଵଂ ପିଜି କୋର୍ସକୁ ସାମିଲ୍ କରାଯାଇଛି l ଯୁକ୍ତ ଦୁଇ ପରେ ଛାତ୍ର ଛାତ୍ରୀ ମାନେ କମ୍ପ୍ୟୁଟର ବିଷୟରେ ଅଧିକ ଜ୍ଞାନ ଆହରଣ ନିମନ୍ତେ ଅଣ୍ଡର ଗ୍ରାଜୁଏଟ କୋର୍ସ ଭାବେ ବି.ସି.ଏ ଅଧ୍ୟୟନର ସୁବିଧା ହାସଲ କରି ପ୍ରମାଣ ପତ୍ର ହାସଲ କରିପାରିବେ l ସେହିଭଳି ଓଡ଼ିଆ, ରାଜନୀତି ବିଜ୍ଞାନ ଓ ଏଜୁ କେସନ ବିଭାଗରେ ସ୍ନାତକ ହାସଲ କରିବାପରେ ପିଜି ବା ସ୍ନାତକୋତ୍ତର ଉଚ୍ଚଶିକ୍ଷା ପାଇଁ ଅଧ୍ୟୟନର ସୁବିଧା ପାଇବେ l ଆଜିର ଏହି ପାଠ୍ୟକ୍ରମ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ରୂପେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ଦାଶ, ଡେପୁଟି ଡାଇରେକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ସୁଶାନ୍ତ କୁମାର ଦାସ , ହିମାଂଶୁ ଶେଖର ମିଶ୍ର , ସୋରଡା ଏନ୍. ଏ.ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା ପ୍ରଭୃତି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନେ ଅଧିକ ଜ୍ଞାନ ଆହରଣ ସହ ପରବର୍ତ୍ତୀ ଜୀବନରେ ଜୀବିକା ଅର୍ଜନ ନିମନ୍ତେ ନିଯୁକ୍ତି ପାଇବାର ସୁବିଧା ପାଇବା ନେଇ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଉପସ୍ଥିତ ରହିଥିଲେ l ଇଂରାଜୀ ଅଧ୍ୟାପକ ଡ. ହୃଷିକେଶ ମିଶ୍ର କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏଥିରେ ବିଶେଷ ସହଯୋଗ କରିଥିଲେ l ଉଭୟ ବିସିଏ ଓ ପିଜି ପାଠ୍ୟକ୍ରମ ସୁବିଧା ପାଇଁ ଛାତ୍ରଛାତ୍ରୀ ଉତ୍ସାହିତ ହୋଇଥିବା ଜଣାପଡ଼ିଥବା ଜଣାପଡ଼ିଛି l ତେବେ ୧୯୯୫ ମସିହାରୁ ସ୍ଥାପିତ ଏହି ସ୍ନାତକ ମହାବିଦ୍ୟାଳୟରେ ଉଭୟ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ନଥିବାରୁ ଜନସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ସହ ଶୀଘ୍ର ଏଥି ନିମନ୍ତେ ସଂପୃକ୍ତ ବିଭାଗ ପଦକ୍ଷେପ ନେବାକୁ ଦାବୀ ହେଉଛି l
ସୋରଡ଼ା ରୁ ନାରାୟଣ ଡାକୁଆ