ରାୟଗଡ ଜିଲ୍ଲାର 4ଟି ନୂତନ ବସଷ୍ଟାଣ୍ଡ ନିର୍ମାଣ

ରାୟଗଡ ଜିଲ୍ଲାର 4ଟି ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀରାୟଗଡ଼ା-୨୩/୮-(ସ୍ବତନ୍ତ୍ର ପ୍ରତିନିଧି)- ଜିଲ୍ଲାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ କରିବା ନିମନ୍ତେ ଯୋଜନା କରିବାକୁ ଥିବାବେଳେ ଚାରିଟି ବ୍ଲକରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରାଯିବା ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି l ରାୟଗଡ ଜିଲ୍ଲାର କାଶୀପୁର, ଗୁଣପୁର, ଵିଷମ କଟକ ରାମନାଗୁଡ଼ା ବସ ଷ୍ଟାଣ୍ଡକୁ ଅତ୍ୟାଧୁନିକ କରଣ କରାଯିବ l ମାନ୍ୟବର ମାଖ୍ୟମନ୍ତ୍ରୀ ନିଜର ଅଭିଭାଷଣ କହିଲେ ଆଜି ଗମନାଗମନ କ୍ଷେତ୍ର ଆଜି ଏକ ମାଇଲ ଖୁଣ୍ଟ ସ୍ଥାପନ କରାଯାଇଛି l ଆମ ବାସ ଷ୍ଟାଣ୍ଡ ଯୋଜନାରେ ବିଭିନ୍ନ ଜିଲ୍ଲାରେ ନୂତନ ଉଦଘାଟନ କରାଗଲା ଓ ନୂତନ ବସ ଷ୍ଟାଣ୍ଡ ପାଇଁ ଶିଳା ନ୍ୟାସ କରାଗଲା l ଏହାଦ୍ୱାରା ସମସ୍ତଙ୍କ ପାଇଁ ବିଶେଷ ସୁବିଧା ଯୋଗାଇଦିଆଯିବ ଓ ଲୋକେ ଉପକୃତ ହେବେ l ରାଜ୍ୟର ଆର୍ଥିକ ଉନ୍ନତି କ୍ଷେତ୍ରରେ ସହାୟକ ହେବ l ମୋ ପରିବହନ ସେବା ଆପଣ ଉଦଘାଟନ କରାଗଲା , ସୁବାହକ ଯୋଜନାରେ ବର୍ଷକୁ ୫୦ ହଜାର ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯିବ ବୋଲି କହିଥିଲେ lଆଜି ଭରଚୁଆଲ ମୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି, ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ଓ ଆଇନ ବିଭାଗ, ଶ୍ରୀମତି ଅନୁସୂୟା ମାଝୀ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି,ମାନ୍ୟବର ରାୟଗଡ଼ା ବିଧାୟକ, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ମାନ୍ୟବର ବିଧାୟକ, ଗୁଣପୁର,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା, ଶ୍ରୀ ସୁଧୀର ଦାଶ,ସୁଶ୍ରୀ ସରସ୍ବତୀ ମାଝୀ, ଅଧକ୍ଷା, ଜିଲ୍ଲାପରିଷଦ, ରାୟଗଡ, ଶ୍ରୀମତି ସ୍ୱଧା ଦେବ ସିଂ, ଜିଲ୍ଲାପାଳ, ରୟାଗଡ଼, ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରାଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡ, ଶ୍ରୀ ନିହାର ରଞ୍ଜନ କହଁର, କାଶୀପୁର ବ୍ଲକ ଅଧକ୍ଷ୍ୟ କଣ୍ଠ ମାଝୀ, ଗୁଣୁପୁର ବ୍ଲକ ଅଧକ୍ଷା ଶ୍ରୀମତି ଝିଲି ଶବର, ଵିଷମ କଟକ ବ୍ଲକ ଅଧକ୍ଷl ଶ୍ରୀମତି ଯୋସଦl ହୁଇକା,ଆଂଚଳିକ ପରିବହନ ଅଧିକାରୀ ରାୟଗଡ,ଓଡିଶା ପରିବହନ ନିଗମର ସଂଗ୍ରାମ ଜେନା ପ୍ରମୁଖ ଯୋଗଦାନ କରିଥିଲେ l ରିପୋର୍ଟ-ନୃସିହ ଚରଣ ବାରିକ

Leave a Reply

Your email address will not be published. Required fields are marked *