ଜିଲ୍ଲା ସରପଂଚ ସଂଘ ୧୩ ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ

ଜିଲ୍ଲା ସରପଂଚ ସଂଘ ୧୩ ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ।ନୂଆପଡା ଜିଲ୍ଲାପାଳ ସମ୍ମୁଖ ରେ ଜିଲ୍ଳା ସରପଞ୍ଚ ସଂଘ ର ବିକ୍ଷେପ ପ୍ରଦର୍ଶନ ସହ ଏକ ଦାବି ପତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲା ସରପଞ୍ଚ ସଂଘ ପ୍ରଦାନ କରିଛନ୍ତି।ଆଜି ଜିଲ୍ଲା ର ସମସ୍ତ ସରପଞ୍ଚ ମାନେ ପୋଲିସ ପଡିଆ ରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରି ବିଭିନ୍ନ ନାରାବାଜି ଦେଇ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷେପ୍ ପ୍ରଦର୍ଶନ କରିଥିଲେ ।ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ଙ୍କ ନିଷ୍ପତି କ୍ରମେ ପଶ୍ଚିମ ଓଡ଼ିଶା ର ସମସ୍ତ ୧୧ ଜିଲ୍ଲା ରେ ଜିଲ୍ଲା ସରପଞ୍ଚ ସଂଘ ଜିଲ୍ଲପାଳ ଙ୍କ ଜରିଆରେ ୧୩ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ ।ଦାବି ପତ୍ର ରେ ଉଲ୍ଲେଖ ଦାବି ଗୁଡ଼ିକ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ର ଆର୍ଥିକ ସହାୟତା ସିଧାସଳଖ ଗ୍ରାମ ପଞ୍ଚାୟତ କୁ ଦିଆଯାଉ,ସରପଂଚ ମାନଙ୍କ ମାସିକ ଭତ୍ତା ସର୍ବନିମ୍ନ ୩୦,୦୦୦ ଟଙ୍କା କରାଯାଉ,ସରପଞ୍ଚ ମାନଙ୍କ ଅନସ୍ଥପ୍ରସ୍ଥାବ ଉଚ୍ଛେଦ କରାଯାଉ, ଏମଏଲ୍ଏ ଏମପି ଯେଭଳି ସ୍ଵତନ୍ତ୍ର ବିକାଶ ପାଣ୍ଠି ପ୍ରଦାନ କରାଯାଉଛି ଠିକ୍ ସେହି ଭଳି ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ,ପଞ୍ଚାୟତ କୁ ଦିଆଯାଉଥିବା ସିଏଫସି/ଏସଏଫସି ଅନୁଦାନ କୁ ୩ ଗୁଣା ବୃଦ୍ଧି କରାଯାଉ,ସରପଞ୍ଚ କାର୍ଯ୍ୟକାଳ ମଧ୍ୟ ରେ ଯେକୌଣସି ପ୍ରକାର ମୃତ୍ୟୁ ବରଣ କଲେ ତାଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା ଜୀବନ ବିମାର ବ୍ୟବସ୍ଥା କରାଯାଉ ଏହି ଭଳି ୧୩ ଦଫା ଦାବି ପତ୍ର କରିଥିବା ବେଳେ ଯଦି ସରକାର ଆଗାମୀ ୭ ଦିନ ମଧ୍ୟ ରେ ଦାବି ଗୁଡ଼ିକ ଉପରେ ସରକାର କୌଣସି ପଦକ୍ଷେପ ନ ନେଇ ସମାଧାମ ନ କଲେ ଆମେ ସମସ୍ତ ସରପଞ୍ଚ ଦାୟିତ୍ୱମୁକ୍ତ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି

ନୂଆପଡା ଜିଲ୍ଲା କାର୍ତ୍ତିକ ମହାନନ୍ଦ ରିପୋର୍ଟର ତୀର୍ଥକ୍ଷେତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *