କଂଗ୍ରେସ ର “ପ୍ରତିଜ୍ଞା” ଦିବସ

*କଂଗ୍ରେସ ର “ପ୍ରତିଜ୍ଞା” ଦିବସରେ ମିସିଲେ ଅନେକ କର୍ମି* ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର ଏକ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷିରେ କୋରେଇ ମାଟିର ସ୍ଵାଭିମାନ ପାଇଁ ଲଢ଼ିବା ପରିବର୍ତ୍ତନ ପାଇଁ ମଜବୁତ ବୁଥ୍ ଗଢିବା” ଦିଗରେ ଅନୁଷ୍ଠିତ ହୋଇଯାଇଛି l ଆଜି କୋରେଇ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଜେନା, ଅତିଥ୍ ପରିଚୟ, ପ୍ରଦାନ କରିଥିଲେ l ଏହା ପରେ ରାଜ୍ୟ ର ବରିଷ୍ଠ ନେତାଙ୍କ କର କମଳରେ ପ୍ରଦୀପ ପ୍ରଜ୍ଜଳନ କରାଯିବା ସହ ଦେଶାତ୍ମ ବୋଧ ସଂଙ୍ଗୀତ ଗାନ କାରଜିଥିଲା ନିମନ୍ତ୍ରିତ ଅତିଥ୍ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯିବା ସହ ନବ ନିର୍ବାଚିତ ଯୁବ କଂଗ୍ରେସ ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ବଧିତ କରାଯାଇଥିଲା l ଏହି ମିଶ୍ରଣ ପର୍ବ ରେ କୋରେର କଂଗ୍ରେସ ରେ ଅନେକ ଛୋଟ ବଡ଼ ନେତା ଓ କାର୍ମି ଯୋଗଦେଲେ lରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡା ସ୍ବାଗତ ଭାଷଣ ରଖି ମଞ୍ଚ ପରିଚାଳନା କରିଥିଲେ l ମାନ୍ୟବର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ରାଉତ, ପୂର୍ବତନ ମନ୍ତ୍ରୀ, ଓଡିଶା ସରକାର l ପୂର୍ବତନ ସାଂସଦ ଡ଼.ରାମ ଚନ୍ଦ୍ର ଖୁଣ୍ଟିଆ ଏବଂ ମୁଖ୍ୟ ବକ୍ତା ଭାବରେ ମାନ୍ୟବର ପୂର୍ବତନ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live