ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ

ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ।ରାୟଗଡ଼ା, ୨୪/୦୮(ସ୍ବତନ୍ତ୍ର ପ୍ରତିନିଧି): ଭିଜିଲାନ୍ସ ଜାଲରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି। ତାଙ୍କ ସରକାରୀ ବାସଭବନରେ ୫ ଜଣିଆ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ଥିବା ତାଙ୍କର ଘର ଉପରେ ମଧ୍ୟ ଚଢ଼ାଉ ହୋଇଛି।ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ ହୋଇଛି। ସୁନା ରୂପା ଅଳଂକାର ମଧ୍ୟ ଜବତ କରାଯାଇଛି ।ଏଥିସହ ବିଜୟ କୁମାର ପରିଡ଼ା ଓ ତାଙ୍କ ପତ୍ନୀଙ୍କ ଅନ୍ୟ ସମ୍ପତ୍ତି ସମ୍ପର୍କରେ ଜେରା ଚାଲିଛି। ବର୍ତ୍ତମାନ ଚଢ଼ାଉ ଚାଲିଥିବା କାରଣରୁ ଅଧିକ ସୂଚନା ମିଳିପାରିନାହିଁ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକ reporter