ଜଟଣୀର ବିକାଶକୂ ଅଗ୍ରାଧିକାର ଦେଲେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ

ଜଟଣୀ ଅଞ୍ଚଳର ଖୁଦୁପୁର୍ ଫୁଟବଲ ପଡିଆ ମିନି ଇଣ୍ଡୋର ଷ୍ଟାଡିୟମ ପରିସରରେ ୫ଟି ସଚିବଙ୍କ ସହିତ ଯୋଡି ହୋଇଥିଲେ ଜଟଣୀ ପଞ୍ଚାୟତ ସମିତିର ୧୫ଟି ପଞ୍ଚାୟତ ଏବଂ ଜଟଣୀ ନଗର ସମେତ ମିଳିତ ଭାବେ ପ୍ରାୟତଃ ୧୦,୦୦୦ ପୁରୁଷ ଏବଂ ମହିଳା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୁ ପ୍ରଚାର ପ୍ରସାର କରିବା ପାଇଁ ପହଞ୍ଚି ଥିଲେ ୫ ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ବକ୍ତବ୍ୟ ରଖିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ପଠେଇଛନ୍ତି ଆପଣ ମାନଙ୍କ ସୁଖ ଦୁଃଖ ବୁଝିବା ପାଇଁ। ଜରୁରୀ ମନ୍ତବ୍ୟ ମଧ୍ୟ ଦେଇଥିଲେ ଶ୍ରୀ ପାଣ୍ଡିଆନ। ୫ଟି ର ଅର୍ଥ ହେଉଛି, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫରମେସନ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଶବ୍ଦ ଗୁଡିକୁ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ସେହି ଉଦ୍ଦେଶ୍ୟରେ ୫ଟି ସଚିବ କହିଛନ୍ତି ସାଧାରଣ ଜନତା କିଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବେନି, ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା। ଏହି ଉଦ୍ଦେଶ୍ୟରେ ୫ ଟି ସଚିବ ବିକାଶର ସମୀକ୍ଷା କରିବା ପାଇଁ ପଞ୍ଚାୟତର ବିକାଶ ଏବଂ ପୌରାଞ୍ଚଳର ବିକାଶରେ କେଉଁ କେଉଁ ସମସ୍ୟା ରହିଛି ତାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଶେଷକରି ଜଟଣୀ ପୌରାଞ୍ଚଳରେ ଏଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାର ସମାଧାନ ଉଦ୍ଦେଶ୍ୟରେ ସିଧାସଳଖ ଆଲୋଚନା କରିଥିଲେ ଏବଂ ସେହି ଅଭାବନିୟ ପରିସ୍ଥିତିକୁ ସୁଧାରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ବଦ୍ଧ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି। ସେହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କ ଠାରୁ ୩୬୦ ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ସେଗୁଡିକ ହେଉଛି ମନ୍ଦିର, ମସଜିଦ୍, ଗିରିଜା ର ଉନ୍ନତିକରଣ। ଡାକ୍ତରଖାନାର ଅଭାବନିୟ ପରିସ୍ଥିତିକୁ ସମୀକ୍ଷା, ଇଲେକଟ୍ରିର ବହୁ ସମସ୍ୟାର ପରିଲକ୍ଷିତ, ପାନୀୟ ଜଳର ସୁବନ୍ଦୋବସ୍ତ। ବିଶେଷ କରି ଜଟଣୀ ସହରର ସମସ୍ୟା ଜଗନ୍ନାଥ ଜମି ୩୫୦୦ ଟି ପ୍ଲଟ ହିତାଧିକାରୀଙ୍କୁ ଯୋଗାଇ ଦେବାପାଇଁ ଦରଖାସ୍ତ ଦ୍ବାରା ଅନୁରୋଧ କରାଯାଇଛି। ଏତଦବ୍ୟତୀତ ଜଟଣୀର ଟାଉନ୍ ଖାସମାହଲ ଜମିରେ ଦିର୍ଘ ଦିନରୁ ଶତାଧିକ ପରିବାର ବସ ବାସ କରୁଥିବା ବେଳେ ସେମାନଙ୍କୁ ସ୍ଥାଇ ବନ୍ଦୋବସ୍ତ ପଟା ମିଳିନାହିଁ। ଯେଉଁଟାକି ୫ଟି ସଚିବ ନିଜର ବକ୍ତବ୍ଯ ରେ କହିଛନ୍ତି ସମୁଦାୟ ୮୨୦ ଟି ଖାସମାହଲ ପ୍ଲଟରୁ ୩୫୫ଟି ପ୍ଲଟ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି। ଆଉ ୪୫୫ଟି ପ୍ଲଟ ଯଥା ଶୀଘ୍ର ସମ୍ଭବ ଯୋଗାଇ ଦିଆଯିବା ପ୍ରତିଶ୍ରୁତି ଦେଇଛନ୍ତି। ସେହି ଉଦ୍ଦେଶ୍ୟରେ ସମସ୍ତ ଜଟଣୀର ଖାସମାହଲ ପରିବାର ୫ଟି ସଚିବଙ୍କୁ ନିବେଦନର ଦରଖାସ୍ତ ଦେଇ ନିବେଦନ କରିଛନ୍ତି ଯଥା ଶୀଘ୍ର ଜମି ଗୁଡିକ ପର୍ଯ୍ୟବେକ୍ଷଣ କରି, ବସବାସ କରୁଥିବା ପିରିବାର ଙ୍କୁ ପଟା ହସ୍ତାନ୍ତର କରାଇ ଦେଇ ପାରିଲେ ଖାସମାହଲ ପରିବାର ଚିରପୋକୃତ ହୁଅନ୍ତେ। ଏହି ପରିପ୍ରେକ୍ଷୀରେ ଶ୍ରୀ ପାଣ୍ଡିଆନ, ୫ଟି ସଚିବ ମହୋଦୟ, ଅଭିଯୋଗ ଦରଖାସ୍ତ ଗୁଡିକୁ ନିଜ ହାତରେ ନେଇଥିଲେ ଏବଂ ନିର୍ଭର ପ୍ରତିଶୃତି ଦେଇଛନ୍ତି ଏବଂ କହିଥିଲେ ଦରଖାସ୍ତ ଗୁଡିକ ଶର୍ବଶ୍ରେଷ୍ଠ ପ୍ରାଧାନ୍ୟ ଦିଆଯିବ। ଏହା ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ପ୍ରତିଶୃତି। ଯେଉଁଟାକି ୫ଟି ସଚିବ ହିସାବରେ ମୁଁ ମଧ୍ୟ ଦରଖାସ୍ତ ଗୁଡିକୁ ଶ୍ରେଷ୍ଠ ପ୍ରାଧାନ୍ୟ ଦେବି। ବାକି ରହିଥିବା ଜମି ଗୁଡିକ ଅତିଶୀଘ୍ର ଜିଲ୍ଲାପାଳଙ୍କ ସହଯୋଗରେ ହୋଇଯିବ। ସେଥିପାଇଁ ସମୟ ସୀମା ୭ ଦିନ ଯଥା ଆସନ୍ତା ୩୧ ତାରିଖ ମଧ୍ୟରେ ସମସ୍ତ ଆବେଦନ କାରୀମାନଙ୍କ ଆବେଦନ ଶୁଣାଣି ନିଶ୍ଚିତ ମିଳିଯିବ, ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି।
