ରୂଷିକୂଲ୍ୟା ନଦୀରେ ବିରାଟକାୟ କୁମ୍ଭୀର : ମୁଣ୍ଡ ଗୋଡ଼ ବିହୀନ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର

ଆସିକା:- ରୂଷିକୂଲ୍ୟା ନଦୀ ରେ କୁମ୍ଭୀର,ତହର ଗ୍ରାମ ର ସନ୍ତୋଷ କୁମାର ଜେନା ବୟସ ପ୍ରାୟ ୬୦ ହେବ। ସକାଳୁ ଗାଧୋଇବାପାଇଁ ନଦୀ କୁ ଯାଇଥିଲେ। ନଦୀ ରେ କୁମ୍ଭୀର ଥିବା ସେ ଜାଣି ନଥିଲେ। ସୁରତ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ଗାଁ ତହର କୁ ଆସିଥିଲେ। ଘର ପରିବାର ସହିତ କିଛି ଦିନ ରହି କର୍ମ ସ୍ଥଳ କୁ ଫେରିବେ କିନ୍ତୁ ବିଧି ନିୟମ ଅଲଗା ଥିଲା। ଗାଁ ତୁଠ ରେ ଗାଧୋଇବା ସମୟରେ କୁମ୍ଭୀର ଟାଣି ନେଲା। ଘରକୁ ଫେରିବା ବିଳମ୍ବ ଯୋଗୁଁ ଘର ଲୋକେ ଓ ଗ୍ରାମବାସୀ ମିଶି ନଦୀ କୁ ଖୋଜିବାକୁ ଗଲେ । ନଦୀରେ କୁମ୍ଭୀର ସନ୍ତୋଷ କୁମାର ଜେନାକୁ ଖାଉଥିବା ଗ୍ରାମବାସୀ ଘର ଲୋକେ ଦେଖିଲେ। ଖବର ଆଖପାଖ ଅଞ୍ଚଳରେ ବ୍ୟାପିଗଲା। ପିତଳ ସରପଞ୍ଚ ଶ୍ରୀ ରିଙ୍କୁ ପାତ୍ର,କାଞିଆମା ସରପଞ୍ଚ ଶ୍ରୀ ଶିବ ପ୍ରଧାନ ଓ ପାକିଡି ଗ୍ରାମ ର ଭିକା ନାହାକ ଅଗ୍ନି ଶମ ବିଭାଗ କୁ ଫୋନ୍ କଲେ। ଅଗ୍ନି ଶମ ବିଭାଗ ତୁରନ୍ତ ତହର ନଦୀ କୂଳରେ ପହଞ୍ଚି ଗ୍ରାମ ବାସୀଙ୍କ ସହାୟତାରେ ଶବକୁ କୂଳକୁ ବାହାର କରି ଆଣିଲେ। ସନ୍ତୋଷ କୁମାର ଜେନା ର ମୁଣ୍ଡ ଆଉ ଗୋଡ଼ ଦୁଇଟି ଖାଇ ଯାଇଛି। ଖଣ୍ଡ ବିଖଣ୍ଡିତ ଶବ କୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ବହୁଲୋକ ଜମା ହୋଇ ଥିଲେ।ସେହି ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ରୂଷିକୂଲ୍ୟା ନଦୀ ର ଦୁଇପ୍ରଶ୍ଵ ର ଗାଁ ଲୋକଙ୍କ ମନରେ ଛନକା ପଶିଯାଇଛି। ପ୍ରଶାସନ ଏହି ମଣିଷଖିଆ କୁମ୍ଭୀର କୁ ଅନ୍ୟତ୍ର ନେବା ପାଇଁ ଏହି ଅଞ୍ଚଳରେ ଦାବି ହେଉଛି। କୁମ୍ଭୀରକୁ ଆଲପୁର ଶଙ୍ଖ ତଳେ, ପାକିଡି କେନାଲରେ ଓ କାଞିଆମା ନଦୀ କୂଳରେ ଲୋକ ମାନେ ଦେଖିଛନ୍ତି।
ରିପୋର୍ଟ : ରଞ୍ଜନ କୁମାର ରାଉତ