କୋଇଲା ବୋଝେଇ ଟ୍ରକ ଜବତ ୨ ଗିରଫ

ଭଦ୍ରକ: ଚୋରା କୋଇଲା ବୋଝେଇ ଟ୍ରକ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଟାଉନ ଥାନା ପୋଲିସ ଜବତ କରିଛି । ଏହି ଗାଡିର ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ଆଇ ମହାପ୍ରସାଦ ନାୟକ ସୂଚନା ଦେଇଛନ୍ତି । ଟ୍ରକଟି ଜାତୀୟ ରାଜପଥ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟ ରେ ଟାଉନ ଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସେମାନଙ୍କ ହାବୁଡ ରେ ପଡି ଥିଲା । ଗାଡିରେ ପଲିଥିନ ବନ୍ଧା ଯାଇ ମାଲ ପରିବହନ ହେଉଥିଲା। ଉକ୍ତ ଗାଡି ଉପରେ ପୋଲିସର ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ଚୋରା କୋଇଲା ଯାଉଥିବା ଜଣାପଡିଥିଲା । ପୋଲିସ ଆଇଚର ଟ୍ରକ (ଓଡି ୦୫ବି – କେ ୯୨୫୯)ଜବତ କରିବା ସହ ଡ୍ରାଇଭର ଏସକେ ନାଜିମ ହେଲପର ସୁନିଲ ଖାଁ କୁ ଗିରଫ କରିଛି ଏ ବାବଦ ରେ ନଂ୪୩୭/୨୩ ର ମାମଲା ରୁଜୁ ହୋଇଛି

Leave a Reply

Your email address will not be published. Required fields are marked *