ଶେଷରେ ଧରାପଡିଲେ ସତ୍ୟ ନାରାୟଣ ମଲ୍ଲିକ

ଭଦ୍ରକ ବ୍ଲକ ଅଧିନସ୍ଥ ସାବରଙ୍ଗ ଥାନା ହରିପୁର ଗ୍ରାମର ବିକାଶ ମଲ୍ଲିକ କୁ ଦୋଳସାହି ରାମ ନାରାୟଣ ବିଦ୍ୟାପୀଠ ର ଶିକ୍ଷକ ସତ୍ୟ ନାରାୟଣ ମଲ୍ଲିକ, ତାଙ୍କ ମାଆ ଓ ପତ୍ନୀ ତଥା ହରିପୁର ମଲ୍ଲିକ ସାହିର ଅଙ୍ଗନବାଡି କର୍ମୀ ଦିପ୍ତୀ ମୟୀ ମଲ୍ଲିକ ଏବଂ ଅନ୍ୟ ଜଣେ ସହଯୋଗୀ ଧନେଶ୍ଵର ମଲ୍ଲିକ ମିଳିମିଶି ମାରଣାସ୍ତ୍ରକ ଆକ୍ରମଣ କରିଛନ୍ତି ବିକାଶ ଗୁରୁତର ଆହତ ହୋଇ କଟକ ରେ ଚିକିତ୍ସିତ ହେଉଛନ୍ତି ଏହି ଘଟଣା ରେ ସାବରଙ୍ଗ ପୋଲିସ ୧୭୩/୨୩ରେ ମାମଲା ରୁଜୁ କରି ଆଜି କୁ ୨୮ ଦିନ ପରେ ନିଳଗିରୀ ଠାରୁ ପୋଲିସ ଗିରଫ କରି ସାବରଙ୍ଗ ଥାନା ରୁ ଭଦ୍ରକ ମେଡିକାଲ ରୁ ଭଦ୍ରକ କୋର୍ଟ ରୁ ପୋଲିସ ଜେଲ କୁ ପଠାଇଛନ୍ତି ପୁଲିସ ଅଭିଯୁକ୍ତ ଙ୍କୁ ଗିରଫ ହେବା ଫଳରେ ବୁଦ୍ଧିଜୀବି ମହଲରେ ଖୁସି ର ବାତାବରଣ ଦେଖା ଦେଇଛି ।