ଶ୍ରୀକ୍ଷେତ୍ର ସରପଞ୍ଚ ସଂଘ ଗଠିତ

ପୁରୀ- ଏକାଠି ହୋଇ ନିଜ ସଂଗଠନ ଗଢିଲେ ପୁରୀ ସଦରବ୍ଲକ ର ସମସ୍ତ ସରପଞ୍ଚ l ଆଜି ପୁରୀ ସଦର ବ୍ଲକର ତିରିଶ ଜଣ ସରପଞ୍ଚ ନିଜର ସଂଗଠନ କୁ ସୁଦୃଢ କରିବା ପାଇଁ ସମସ୍ତ ସରପଞ୍ଚ ଏକ ବୈଠକ ବେଲଦଳ ଗ୍ରାମପଞ୍ଚାୟତ ର ବାତ୍ୟା ଆଶ୍ରୟସ୍ଥଳି ନିକଟରେ ଏକ ବୈଠକ କରିଥିଲେ l ଏହି ବୈଠକରେ ସମସ୍ତ ଦଳକୁ ଛାଡି ସମସ୍ତ ସରପଞ୍ଚ କେବଳ ସରପଞ୍ଚ ଗୋଷ୍ଠୀ ଗଢ଼ିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ସରପଞ୍ଚଙ୍କ ମତରେ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ସଭାପତି ରୂପେ ନିର୍ବାଚିତ କରିଥିବା ବେଳେ ବାଲିଗୁଆଳି ସରପଞ୍ଚ ସିଲୁ ସେନାପତିଙ୍କୁ ସମ୍ପାଦକ ରୂପେ ମନୋନୟନ କରିଥିବା ସହିତ ସାତଜଣିଆ କମିତିରେ ନମିତା ମିଶ୍ର, ରାଜେଶ ଦାସ, ମୁକ୍ତିକାନ୍ତ ପଣ୍ଡା, ବିପିନି ଦାସ ସଞ୍ଜୟ କୁମାର ସାମନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଥିଲା l ବିଭିନ୍ନ କାର୍ଯ୍ୟକ୍ରମ ରେ ହିତାଧିକାରୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଠିକ ରେ ମିଳୁନଥିବାରୁ ସରପଞ୍ଚ ମାନେ ଅଶାନ୍ତି ପ୍ରକାଶ କରିବା ସହିତ ଆଗକୁ ସମସ୍ତ ସରପଞ୍ଚ କୌଣସି ଦଳ ଚିନ୍ତା ନକରି ସରପଞ୍ଚ ଗୋଷ୍ଠୀ ଏକାଠି ହୋଇ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ଅନୁଷ୍ଠାନ ର ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।