ଆସିକା ଗସ୍ତରେ 5T ସଚିବ ଭି.କେ.ପାଣ୍ଡିଆନ

ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡିଆ ରେ ବିରାଟକାୟ ଟେଣ୍ଟ ରେ ସୁସଜ୍ଜିତ ହୋଇ ଟେଣ୍ଟ ତଳେ ହଜାର ହଜାର ମହିଳା ଏବଂ ଆଖପାଖ କଲେଜ୍ ର ଛାତ୍ର ଛାତ୍ରୀ ଉପସ୍ଥିତ ସାଂଗ କୁ କର୍ମୀ ମାଳ ମାଳ।ଆଖ ପାଖ ଅଞ୍ଚଳର ବହୁଲୋକ ଭିଡ ଜମାଇଥିଲେ। ବହୁ ସମୟ ଧରି ମହିଳା ଗୃପ, ଛାତ୍ର ଛାତ୍ରୀ ଏବଂ ଜନତା ଙ୍କ ଭିଡ଼ ଭିଷଣ ଖରା ଯୋଗୁଁ ଜନତା ଗୁଳି ଗୁଳି ରେ ଆଉଟ ପାଉଟ ଏହାକୁ ଦୃଷ୍ଟିରେ ରଖି ପ୍ରଚୁର ପରିମାଣରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।ପାଣ୍ଡିଆନ ମହୋଦୟ ଆସିବା ପୂର୍ବରୁ ଗାୟକ ଦ୍ବାରା ସୁନ୍ଦର ଗୀତ ର ପରିବେଷଣ ସାଂଗ କୁ ୫ଟି ନା ରେ ମହୋଦୟ ଙ୍କ ଜୟଗାନ।ପଣ୍ଡାଲ ମଧ୍ୟରେ ମହିଳା ଗୃପ ଓ ଛାତ୍ର ଛାତ୍ରୀ ଙ୍କୁ ଭରିଦେଇଛନ୍ତି ତା ସାଂଗ କୁ କର୍ମୀ ମାଳ ମାଳ। ବିଜେଡ଼ି ଅସନ୍ତୁଷ୍ଟ ଗୋଷ୍ଠୀ ର ପଣ୍ଡାଲରେ ଦୃଶ୍ୟ ଶୂନ୍ୟ। ମୁଖ୍ୟମନ୍ତ୍ରୀଙ୍କୁ ଦ୍ଵାହି ଦେଇ ଓଡ଼ିଶାର ଜନତା କୁ ଲୁଟି ଚାଲିଛନ୍ତି 5Tସଚିବ। ଆସିକା -ବ୍ରହ୍ମପୁର -ଭଞନଗର -ବୁଗୁଡା -ସୋରଡା -ଶେରଗଡ ସମସ୍ତ ରୁଟ ର ଗାଡ଼ି ବୁକିଙ୍ଗ କରି ଏହିସଭା କୁ ଭିଡ଼ି ଆଣି ଛନ୍ତି।ସାଧାରଣ ଜନତା ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗଂଜାମ ଜିଲ୍ଲା ର ସମସ୍ତ ଗାଁ ଗହଳିର ମହିଳା ଗୃପ କୁ ପଣ୍ଡାଲ ରେ ଏକତ୍ରିତ କରାଇଛନ୍ତି। ଆଖପାଖ ଅଞ୍ଚଳର ସମସ୍ତ କଲେଜ୍ ର ଛାତ୍ର ଛାତ୍ରୀ ଙ୍କୁ ବାଧ୍ୟତାମୂଳକ ଭାବେ ପଣ୍ଡାଲ ରେ ଏକତ୍ରିତ କରାଇଥିଲେ। ମହୋଦୟ ହେଲିକେପ୍ଟରରୁ ଓଲ୍ଲାଇ ସଭାମଧ୍ୟ କୁ ଆସିବା ପ୍ରାରମ୍ଭ କଲେ ପୂର୍ବରୁ ପ୍ରସ୍ତୁତ ଥିବା ମହିଳାମାନେ ପୁଷ୍ପ ବୃଷ୍ଟି କଲେ ଏବଂ ହାତ ମିଳାଇ ଆଗକୁ ବଢୁଥାନ୍ତି।ମହିଳା ମାନେ ଫୂଲ ବର୍ଷା କରୁଥାନ୍ତି ମହୋଦୟ ଉପରେ। ପ୍ରଥମେ ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୟ ରେ ଭାଷଣ ଦେଲେ ହାଇସ୍କୁଲ ଭଳି ତୁମ ମାନଂକ କଲେଜ୍ ରୂପାନ୍ତରିତ ହେବ ଭଲ ପାଠ ପଢ଼ି ଆଗକୁ ବଢ ୫ବର୍ଷପରିଶ୍ରମକର ୫୦ ବର୍ଷ ଖୁସିରେ ରୁହ,ଏହି ଶୋଳ୍ଳଗାନ ଟି ହୃଦୟ ଶ୍ବର୍ଶୀ ହୋଇଥିଲା। ଛାତ୍ର ଛାତ୍ରୀ ଙ୍କ କରତାଳି ରେ ସଭା ସ୍ଥଳ ପ୍ରକମ୍ପିତ ହୋଇଥିଲା। ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇ କହିଗଲେ ତୁମେ ମାନେ ଛାତ୍ରଛାତ୍ରୀମାନଙ୍କୁ ଠିକ୍ ମାର୍ଗ ଦର୍ଶକ ହେଲେ ସେମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ ହୋଇପାରିବ।ପୁଣି ଶିକ୍ଷକ ଙ୍କ ଯାହାସବୁ ଅସୁବିଧା ଅଛି ତାହା ଆଗାମୀ ଦିନରେ ପୂରଣ ହେବ। ମହିଳା ଗୃପ କୁ ଉଦବୋଧନ ଦେଇ କହିଲେ ମୂଖ୍ୟ ମନ୍ତ୍ରୀ ତୁମ ମାନଂକ ଉଜ୍ବଳ ନିମନ୍ତେ ୫ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ୠଣ ପ୍ରଦାନ।ଘରୁ ବାହାରି ଆସି ଶ୍ବାବଲମ୍ବି ହେବାକୁ ବହୁଦିନ ରୁ ଆହ୍ଵାନ ଦେଇଥିଲେ। ପ୍ରତ୍ୟେକ ଗାଁ ହେଉ ସହର ସରକାରୀ ଗୃହ ଖାଲିଥିଲେ ତୁରନ୍ତ ମରାମତି କରି ମହିଳା ଗୃପ କୁ ପ୍ରଦାନ କରିବା ଉଦବୋଧନ ଦେଇଥିଲେ। ଏହାଦ୍ବାରା ମହିଳା ମାନେ ସ୍ବାବଲମ୍ବୀ ହେବା। ପରିଶେଷରେ ମନ୍ଦିର, ଚର୍ଚ୍ଚ, ମସଜିଦ ପାଇଁ ୧୦ଲକ୍ଷ ଲେଖାଏ ଅର୍ଥ ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।ସଭାଶେଷ ଶେଷକରି ବିଦାୟ ପାଇଁ ପ୍ରସ୍ତୁତ ହେଲେ।
ରିପୋର୍ଟ – ରଞ୍ଜନ କୁମାର ରାଉତ