ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ଦେଶି ମଦ , ବ୍ରାଉନ ସୁଗାର ଭଳି ନିଶା ଦ୍ରବ୍ୟ ବିକ୍ରି ବଢ଼ିବାରେ ଲାଗିଛି।

ଭଦ୍ରକ :୧୯/୭ ; ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ଜବତ୍ ମଧ୍ୟ ହେଉଛି, କିନ୍ତୁ ନା ଦେଶୀ ମଦ ବିକ୍ରି କମୁଛି, ନା ବ୍ରାଉନ ସୁଗାର ବିକ୍ରୀ କମୁଛି । ସେହିଭଳି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚରମ୍ପା ପରସିଙ୍ଗା ପଞ୍ଚାୟତ ର ଖଣ୍ଡାଗଢିଆ ଠାରେ,ଦେଶି ମଦର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି। ନା ଏଠି ପହଂଚିଛି ଅବକାରୀ ବିଭାଗ ନା ଏଠି ବନ୍ଦ୍ ହେଇଛି ମଦର ଆସରା । ଏଠି ମଧ୍ୟ ଛୋଟ ଛୋଟ ପିଲାମାନେ ବ୍ରାଉନ ସୁଗାର ଖାଉଛନ୍ତି। ଏଠି ପୋଲିସ ଆସିଛି ଗିରଫ ମଧ୍ୟ କରିଛି,କିନ୍ତୁ ଅଧ ବାଟରେ ତାଙ୍କୁ ଛାଡି ଦେଉଛି। ଏଠି ପ୍ରଶ୍ନ ଉଠୁଛି କଣ ପୋଲିସ ଅଧ ବାଟରୁ ସବୁ ଭୁଲି ଯାଉଛି କି? ବ୍ରାଉନ ସୁଗାର ଭଳି ନିଶାକୁ ଧରିବାରେ ସଫଳ ହେଉଥିବା ବେଳେ ,ଏଠି ମଦ ବ୍ୟବସାୟଙ୍କୁ ଧରିବାରେ ବିଫଳ କାହିଁକି? ଏଭଳି କାର୍ଯ୍ୟକୁ ବିରୋଧ କରିବା ପାଇଁ ଗତ କାଲି ଅପରାହ୍ନ ସମୟରେ (ସବୁ ସ୍ଵୟଂ ସହାୟକ ଗୋଷ୍ଠୀ) ‌‌ର ସମସ୍ତ ସଭ୍ୟାମାନେ ଏହାର ପ୍ରତିବାଦ କରିଛନ୍ତି।ଆଉ ଚେତାବନୀ ମଧ୍ୟ ଦେଇଛନ୍ତି ଆଗାମୀ ଦିନରେ ଏଭଳି ମଦ ବ୍ୟବସାୟ ବନ୍ଦ୍ ନ କରନ୍ତି ଆନ୍ଦୋଳନ ଜୋରଦାର ହେବ।ଦେଖିବାକୁ ବାକି ରହିଲା ଏଠି ପୋଲିସ ଏଭଳି କାର୍ଯ୍ୟକୁ ବନ୍ଦ୍ କରୁଛି, ନା ମହିଳାମାନେ ଏଭଳି କାର୍ଯ୍ୟକୁ ବନ୍ଦ୍ କରୁଛନ୍ତି।

Leave a Reply

Your email address will not be published. Required fields are marked *