ଜାତୀୟ କ୍ରୀଡା ଦିବସରେ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ

30 ଅଗଷ୍ଟ ମଙ୍ଗଳବାର ଦିନ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଜାତୀୟ କ୍ରୀଡା ଦିବସ ଅବସରରେ ସହରସ୍ତରୀୟ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହରର ବିଭିନ୍ନ ବିଦ୍ୟାଳୟର ଅନେକ ଖେଳାଳି ଯୋଗଦେଇଥିଲେ ଓ ବିଜେତା ମାନଙ୍କୁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ସଡଙ୍ଗୀ ସଂମାନୀୟ ଅତିଥି ଭାବେ ରାଜ୍ୟ ଦୌଡ଼କୁଦ ସଂଘର କୋଷାଧ୍ୟକ୍ଷ, ଓ ପୁରୀଜିଲ୍ଲା କ୍ରୀଡା ସମ୍ପାଦକରବିଶଙ୍କର ପ୍ରତିହାରୀ , ପୂର୍ବତନ କୁସ୍ତି ବିଜେତା ସୁଦର୍ଶନ ଦାସମହାପାତ୍ର,ଗୋପାଳଚଦ୍ର ପରିଡା, ବିନୋଦ କୁମାର ସିଂ ,ବିଶ୍ୱଭୂଷଣ ପଣ୍ଡା, ଭାଗିରଥି ବାରିକ ଯୋଗଦେଇ ଖେଳାଳି ମାନଙ୍କୁ ଉର୍ଷାହିତ କରିବା ସହିତ ବିଦ୍ୟାଳୟ ର ବକ୍ସିଂ ଖେଳାଳି ମାନଙ୍କ ସହିତ ଗୁରୁତର ଆଲୋଚନା କରି ଆଗରୁ ଯେଭଳି ପୁରୀ ସହର ବକ୍ସିଂ ଠାରୁ ଆରମ୍ଭ କରି କୁସ୍ତି ପର୍ଯ୍ୟନ୍ତ ସମସ୍ତ ଖେଳାଳି ବିଶ୍ୱରେ ନିଜର ନାମ କମାଇଛନ୍ତି ସେହିଭଳି ଆଜିର ଟୁର୍ନାମେଣ୍ଟ କୁ ଆସିଥିବା ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଆଗକୁ କିଭଳି ବକ୍ସିଂ ମାଧ୍ୟମରେ ନିଜର ନାମ କମାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲା କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ ସମସ୍ତଙ୍କୁ ସୂଚନା ଦେଇଥିଲେ l