କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ ପରିସରଠାରେ ସପ୍ତଦିବସୀୟ ସଂସ୍କୃତ ସପ୍ତାହ ପାଳିତ

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରଠାରେ କୁଳପତି ପ୍ରଫେସର ଶ୍ରୀନିବାସ ବରଖଡ଼ିଙ୍କ ପୃଷ୍ଠପୋଷକତାରେ ଏବଂ ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ତା.୨୭.୦୮.୨୦୨୩ରିଖ ଠାରୁ ତା୦୨.୦୯.୨୦୨୩ରିଖ ପର୍ଯ୍ୟନ୍ତ ସପ୍ତଦିବସୀୟ ସଂସ୍କୃତ ସପ୍ତାହ ପାଳିତ ହେଉଅଛି । ଏହି ଅବସରରେ ଆଜିର ତୃତୀୟ ଦିବସରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଯଥା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ନୀଳକଣ୍ଠ ପତି ମୁଖ୍ୟ ଅତିଥି ଏବଂ ଡକ୍ଟର ଗୋପାଳ ପ୍ରସାଦ ମହାପାତ୍ରଙ୍କୁ ମୁଖ୍ୟ ବକ୍ତାରୂପେ ଯୋଗ ଦେଇ ସଂସ୍କୃତ ଭାଷାର ପ୍ରଚାର ଏବଂ ପ୍ରସାର ଦିଗରେ ସମସ୍ତେ ଆଗ୍ରହୀ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ପରେପରେ ପୂଜ୍ୟପୂଜାକୁ ପାଥେୟ କରି ସଂସ୍କୃତ ସାହିତ୍ୟର ବିଶିଷ୍ଟ ବିଦ୍ୱାନ ଯଥା ଡକ୍ଟର ଚତର୍ଭୂଜ ପାଠୀ, ଡକ୍ଟର ସତ୍ୟନାରାୟଣ ଦାଶ, ପ୍ରଫେସର ଦୁର୍ଗାଚରଣ ତ୍ରିପାଠୀ, ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ଦାସମହାପାତ୍ର, ଡକ୍ଟର ରାଧାମଣୀ ପ୍ରତିହାରୀ, ପ୍ରଫେସର ସୀମାଞ୍ଚଳ ପଣ୍ଡା ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା , ତତ୍ପରେ ପରିସରର ଅଧ୍ୟାୟୀମାନଙ୍କ ଦ୍ୱାରା ସଂସ୍କୃତ ଗୀତ, ଓଡ଼ିଶୀ ନୃତ୍ୟ , ଲୋକନୃତ୍ୟ ଏବଂ ଶ୍ରୀନାଟ୍ୟମ୍‌ ରଙ୍ଗଦଳର ସହଯୋଗରେ ଶ୍ରୀ ସଦାଶିବ ନାଟ୍ୟଦଳ ଦ୍ୱାରା ସଂସ୍କୃତ ନାଟକ ଷୋଡ଼ଶ ସଂସ୍କାର ଚିତାକର୍ଷକ ଭାବେ ମଞ୍ଚସ୍ଥ ହୋଇଥିଲା । ପରିଶେଷରେ ପରିସରର ବରିଷ୍ଠ ପ୍ରଫେସର ଶମ୍ବୁନାଥ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଧର୍ମେନ୍ଦ୍ର କୁମାର ସିଂହଦେଓ ଥିବାବେଳେ ଅଧ୍ୟାପକ ବିଶ୍ୱନାଥ ମିଶ୍ର ଏବଂ ଡକ୍ଟର ସ୍ୱାଗତିକା ମହାନ୍ତି ସହ-ସଂଯୋଜକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *