ସିଏସ୍‌ପିଙ୍କୁ ସିଏସ୍‌ପି ପ୍ଲସ୍‌ରେ ଅନ୍ତର୍ଭୁକ୍ତ ପାଇଁ ବିଡ଼ିଓ ଙ୍କୁ ଦାବି ପତ୍ର

ରାଜ୍ୟ ସରକାର ବ୍ୟାଙ୍କ ସେବା ଯୋଗାଇବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ ଖୋଲିବାକୁ ନିଷ୍ପତ୍ତ ନେଇଛନ୍ତି। ହେଲେ ପୂର୍ବରୁ ବ୍ୟାଙ୍କ ଅଧୀନରେ ପ୍ରାୟ ପଞ୍ଚାୟତରେ ସିଏସପି (ଗ୍ରାହକ ସେବା କେନ୍ଦ୍ର) ସ୍ଥାପନ ହୋଇ ବିଭିନ୍ନ ବ୍ୟାଙ୍କ୍ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ଏଣୁ ସରକାର ନୂତନ ଭାବେ ସିଏସ୍‌ପି ଖୋଲିବାକୁ ଯାଉଥିବାରୁ ବର୍ତ୍ତମାନ କାର୍ଯ୍ୟରତ ଗ୍ରାହକ ସେବା କେନ୍ଦ୍ରକୁ ସେଥିରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହେଉଛି। ଏନେଇ ଜୟପାଟଣା ବ୍ଲକ ବିଭିନ୍ନ ପଞ୍ଚାୟତର ଏସବିଆଇ ବ୍ୟାଙ୍କ୍ ଦ୍ଵାରା ନିଯୁକ୍ତ ହୋଇଥିବା ସିଏସ୍‌ପିମାନଙ୍କୁ ସିଏସ୍‌ପି ପ୍ଲସ୍‌ରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଜୟପାଟଣା ବିଡିଓ ସିଗ୍ନା ରାଣୀ ପ୍ରଧାନ ଙ୍କ
ଜରିଆରେ ଦାବି ପ୍ରଦାନ କରିଛନ୍ତି | ଗ୍ରାହକ ସେବାକେନ୍ଦ୍ର (ସିଏସ୍‌ପି) ପରିଚାଳକମାନେ ତାଙ୍କର ବ୍ୟାଙ୍କିଙ୍ଗ୍ ସେବା ମାଧ୍ୟମରେ ସରକାରଙ୍କ ଦ୍ବାରା ଜନହିତ କାର୍ଯ୍ୟପାଇଁ ଅର୍ଥରାଶିକୁ ସାଧାରଣ ଜନତାଙ୍କୁ ସିଏସ୍‌ପି ମାଧ୍ୟମରେ ସେବା ପ୍ରେରଣା କରି ଆସୁଛନ୍ତି। କାଳିଆ ଯୋଜନା, ମଧୁବାବୁ ପେନସନ୍, ମନରେଗା, ମିଶନ ଶକ୍ତି ଦ୍ବାରା ସଫଳ ହୋଇଥିବା ଏସ୍ଏଚଜିଙ୍କ ଅର୍ଥରାଶି ଏବଂ ଋଣ ଟଙ୍କା ନେବା ଭଳି ଅନେକ ଗୁଡିଏ ସରକାରୀ କାମ ବିଗତ ୧୦ ବର୍ଷ ହେବ ଖରା, ବର୍ଷା, ଶୀତ କାକର ରେ କାର୍ଯ୍ଯକରି ଏପରିକି ମହାମାରୀ କରୋନା କୋଭିଡ -୧୯ ସମୟରେ ସରକାର ଙ୍କ ନିୟମ ମାନି ପଞ୍ଚାୟତ ସହିତ ଯୋଡିତ ହୋଈ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ସେବା ଯୋଗାଇ ଆସିଆଛୁ।। ତେଣୁ ଏହି ସବୁ ଦୃଷ୍ଟି ରେ ରଖି ସିଏସପି ମାନଙ୍କୁ ସିଏସପି ପ୍ଲସରେ ଅନୁର୍ଭୁକ୍ତ କରିବା ପାଇଁ ଜୟପାଟଣା ବ୍ଲକ ର ୨୩ ଜଣ ସିଏସପି (ଗ୍ରାହକ ସେବା କେନ୍ଦ୍ର)ସମସ୍ତେ ଉପସ୍ଥିତ ଥାଇ ଦାବି ପତ୍ର ବିଡ଼ିଓ ଙ୍କୁ ଦେଇଛନ୍ତି। ଯଦି ସରକାର ଏହି ବିଷୟ ରେ ଦୃଷ୍ଟି ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ସିଏସପି ମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *