କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଜପୁର ଗସ୍ତ

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଜପୁର ଗସ୍ତ କାର୍ଯ୍ୟକ୍ରମ l ବ୍ୟାସନଗର ନଟପଦା ସ୍ଥିତ ସେଣ୍ଟ ଜାଭିୟରସ ଇଣ୍ଟରନ୍ୟାସନାଲ ସ୍କୁଲରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ l ସ୍କୁଲ ପରିସରରେ ଅମୃତ ବାଟିକା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ l ଆୟୋଜିତ ଉତ୍ସବରେ ଉଦବୋଧନ ଦେଇ ସେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରୀତିର ବାର୍ତ୍ତା ଦେଇଥିଲେ l ଏଥିରେ କେଜିଆଇ ସ୍କୁଲର ନିର୍ଦ୍ଦେଶକ ଆଲେକ୍ସଜ୍ୟାଣ୍ଡର ଦାସ ପୌରହିତ୍ୟ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ସମେତ ବିଜେପିର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l ଏହି ଅବସରରେ ସ୍କୁଲର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ l ଦେଶର ୬ଲକ୍ଷ ଗ୍ରାମରୁ ମାଟି ସଂଗ୍ରହ ହୋଇ ଭାରତର ରାଜଧାନୀ ଦିଲ୍ଲୀ ଅଭିମୁଖେ ନିଆଯାଉଥିବା ବେଳେ ଯାଜପୁରର ବିଭିନ୍ନ ପବିତ୍ର ପୀଠରୁ ମାଟି ପଠାଯାଉଥିବା ସେ କହିଥିଲେ l ମୋ ମାଟି ମୋ ଦେଶର ନାରାଦେଇ ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ହଲାଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ।

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *