ଶ୍ରୀମନ୍ଦିରରେ ଆହୁରି 3ଟି ଦାନବାକ୍ସ ବସିବ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥ ସବ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ ପ୍ରାୟ ୮୦ ପ୍ରତିଶତ ଠିକ୍ ରହିଛି। ତେବେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ କାରଣରୁ ୟୁନିଫର୍ମ ପଲିସି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ତେବେ ଆଗାମୀ ଦିନ ରେ ଶ୍ରୀ ମନ୍ଦୀର କାର୍ଯ୍ୟଳୟ ରେ ଅଧିକ କର୍ମଚାରି ନିଯୁକ୍ତି ନେଇ ଆଇନ ବିଭାଗ କୁ ଅବଗତ କରାଯିବ। ଷ୍ଟାଫ୍ ସିଲେକ୍ସନ ମାଧ୍ୟମ ରେ ପଦବୀ ପୁରଣ କରିବା ପାଇଁ ଅନୁରୋଧ କରାଯିବ। ସେହିପରି ନୁଆ ୟୁନିଫର୍ମ ପଲିସି ଆଧାରରେ ଜମି ବିକ୍ରୀ ନେଇ କାର୍ଯ୍ୟ ବିଳମ୍ୱ ହେଉଥିବା ବେଳେ ଏହାକୁ ଆଗାମୀ ଦିନ ରେ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ ମନ୍ଦିର ନିକଟ ରେ ଗୋଟିଏ ଓ ସିଂହ ଦ୍ଵାର, ଉତ୍ତର ଦ୍ଵାର, ପଶ୍ଚିମ ଦ୍ଵାର ଭିତରେ ତିନୋଟି ଦାନ ବାକ୍ସ ବସିବା ନେଇ ନିଷ୍ପତ୍ତି ହୋଇଛି। ଶ୍ରୀ ମନ୍ଦିର ପ୍ରଶାସନ ଦ୍ବାରା ଗୁଣ୍ଡିଚା ମନ୍ଦିର, ରୋହିଣୀ କୁଣ୍ଡ ସମେତ ବିଭିନ୍ନ ମାହାଲ ନିଲାମ ଉପରେ ମଧ୍ୟ ଆଲୋଚନା ହୋଇଛି। ରୋହିଣୀ କୁଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିଲାମ ପାଇଁ ଖୁବଶୀଘ୍ର ଟେଣ୍ଡର ହେବାକୁ ଥିବାବେଳେ ଏଥିପାଇଁ ଏସଓପି ପ୍ରସ୍ତୁତ କରାଯିବ। ସେହିପରି ପରିମାଣିକ ଟିକେଟ ଦର୍ଶନ ପୁଣି ଥରେ ଆରମ୍ଭ ହେବ। ଏଥିପାଇଁ ମଧ୍ୟ ପ୍ରସ୍ତୁତ ହେବ ଏସଓପି। ଅର୍ଥ ସବକମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏ ନେଇ ସୂଚନା ଦେଇଛନ୍ତି। ବୈଠକରେ ଅର୍ଥ ସବକମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *