ଏସ ସି ଏସ କଲେଜକୁ 5t ଯୋଜନା ରେ ରୂପାନ୍ତରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା

ସମଗ୍ର ରାଜ୍ୟ ରେ ଶିକ୍ଷା ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। 5 T ଯୋଜନା ରେ ସ୍କୁଲ୍, କଲେଜ ଗୁଡିକ ର ରୂପାନ୍ତରଣ କାର୍ଯ୍ୟ ଚାଲିଚି। ପୁରୀ ଜିଲ୍ଲା ର 38 ଟି କଲେଜ କୁ 5t ଯୋଜନା ରେ ରୂପାନ୍ତରଣ ନେଇ ରାଜ୍ୟ ସରକାର 27 କୋଟି ଟଂକା ମଞ୍ଜୁର କରିଚନ୍ତି। ପୁରୀ ର ପୁରାତନ କଲେଜ ଏସ ସି ଏସ କଲେଜ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଅଛି। ଏହାକୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵାଗତ କରାଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପଦକ୍ଷେପ ସ୍ଵାଗତ ପ୍ରଶଂସା କରିବା ସହ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଙ୍କୁ ଛାତ୍ର ଛାତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। 5 ଟି ଯୋଜନା ରେ ଏସ ସି ଏସ କଲେଜ ର ଶିକ୍ଷା ଭିତ୍ତିଭୂମି ବେଶ୍ ଉନ୍ନତି ହେବ। ଉନ୍ନତ ମାନର ସ୍ମାର୍ଟ କ୍ଲାସ ରୁମ୍, ଲ୍ୟାବ, ଲାଇବ୍ରେରୀ, ଖେଳ ପଡିଆ, ସହ ଆନୁସାଙ୍ଗିକ ଉନ୍ନତି କରଣ କରାଯିବ। ଏହା ଦ୍ୱରା ଶିକ୍ଷା ର ଭିତ୍ତିଭୂମି ବଢିବା ସହ ଛାତ୍ର ଛାତ୍ରୀ ଙ୍କ ଉନ୍ନତି ହୋଇ ପାରିବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁପଦକ୍ଷେପ ନେଉଛନ୍ତି ତାହାକୁ ପୁରୀ ଏସ ସି ଏସ କଲେଜ ର ଛାତ୍ର ଛାତ୍ରୀ ସ୍ଵାଗତ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜନ ହୋଇଥିବା ଧନ୍ୟବାଦ୍ ଅର୍ପଣ କାର୍ଯ୍ୟକ୍ରମ ରେ କଲେଜ ବହୁ ଛାତ୍ର ଛାତ୍ରୀ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପଦକ୍ଷେପ କୁ ଉଚ୍ଚ ପ୍ରଶଂସା କରିଥିଲେ।
